Home ବ୍ରହ୍ମପୁର ସ୍ପେଶାଳ ବୁଗୁଡ଼ାରେ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଉଦଯାପିତ

ବୁଗୁଡ଼ାରେ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଉଦଯାପିତ

0
7

ବୁଗୁଡା ୦୩/୧୦/୨୪ ଗତ ସେପ୍ଟେମ୍ବର ୧୭ ତାରିଖ ଠାରୁ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବ ବେଳେ ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖ ଦିନ ଉଦଯାପିତ ହୋଇଯାଇଛି। ପ୍ରଥମେ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ଶୈବପୀଠ ବୁଦ୍ଧଖୋଲରେ ବୁଗୁଡା ଏନଏସି ଓ ବୁଗୁଡା ବନ ବିଭାଗ ପକ୍ଷରୁ ମିଳିତ ଭାବେ ଶ୍ରମଦାନ ପ୍ରଦାନ କରି ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ ଓ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସଫେଇ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମାଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ସହ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ ଓ କାଉନସିଲର ବୃନ୍ଦ, ଏନଏସି କର୍ମଚାରୀ ବୃନ୍ଦ, ବନବିଭାଗ କର୍ମଚାରୀ ବୃନ୍ଦ ଓ ବହୁ ଜନସାଧାରଣ ଯୋଗଦେଇ ଶ୍ରମଦାନ କରିଥିଲେ। ଏହାପରେ ବୁଗୁଡା ଏନଏସି କାର୍ଯ୍ୟାଳୟ ପରିସରରେ ମାନ୍ୟବର ମନ୍ତ୍ରୀଙ୍କ ସମେତ ଅଧ୍ୟକ୍ଷ, ଉପାଧ୍ୟକ୍ଷା ଓ କାଉନସିଲର ବୃନ୍ଦ ମହାତ୍ମା ଗାନ୍ଧୀଙ୍କ ତୈଳଚିତ୍ରରେ ପୁଷ୍ପ ଅର୍ପଣ କରିଥିଲେ। ଏହି ଅବସରରେ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପାରିଷଦ ବୈଠକରେ ମାନ୍ୟବର ମନ୍ତ୍ରୀ ଶ୍ରୀ ମଳିକ ଯୋଗଦେଇ ବୁଗୁଡାକୁ ଏକ ଆଦର୍ଶ ସହରରେ ପରିଣତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଶେଷରେ ସ୍ଥାନୀୟ ଏନ୍ଏସି କଲ୍ଯାଣୀ ମଣ୍ଡପ ପରିସରରେ ଆୟୋଜିତ ଉଦଯାପନୀ ଉତ୍ସବରେ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ, ସମ୍ମାନିତ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ, ସିଡିପିଓ ବବିତା କୁମାରୀ ପଣ୍ଡା, ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ସମେତ କାଉନସିଲରମାନେ ଯୋଗ ଦେଇ ସ୍ବଚ୍ଛତା ରକ୍ଷା ସମ୍ପର୍କେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପୂର୍ବରୁ ଏନ୍ଏସି ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥି ସହ ଏନ୍ଏସିରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କୁ ରେନ୍ କୋଟ୍ ଏବଂ ସ୍ବଚ୍ଛ ସାଥୀଙ୍କୁ ଜ୍ଯାକେଟ୍ ପ୍ରଦାନ କରାଯାଇଥିଲା। ସିଏମ୍ଏମ ଶିବୁ ପ୍ରସାଦ ରାଉତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମକୁ ସାନିଟେସନ ଏକ୍ସପାର୍ଟ ମୁନା ଗୌଡ ଓ ସୁପରଭାଇଜର ରାଜେନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ପରିଶେଷରେ ମୁକ୍ତା ପ୍ରକଳ୍ପ ସଂଯୋଜକ ସର୍ବେଶ୍ବର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!