ଗୋଟିଏ କକ୍ଷରେ ୫ ଟି ଶ୍ରେଣୀର ଛାତ୍ରଛାତ୍ରୀ ନେଉଛନ୍ତି ଶିକ୍ଷାଦାନ

0
6

ରାୟଗଡା ୦୩/୧୦/୨୦୨୪:
ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତ ବଡଲିଟିପାଲୀ ଗ୍ରାମ ରେ ଥିବା ସରକାର ପ୍ରାଥମିକ ବିଦ୍ୟାଳୟରେ ଛାତ ରୁ ଗଳୁଛି ପାଣି ଏଵଂ ଉପରୁ ଖସି ପଡୁଛି ଖଣ୍ଡ ଖଣ୍ଡ ହୋଇ ସିମେଟ | ଛାତ ଖସିଯିବା ଭୟରେ ସମସ୍ତ ବିଭାଗ ଛାତ୍ରଛାତ୍ରୀ ଙ୍କୁ ଗୋଟିଏ କକ୍ଷରେ ଶିକ୍ଷାଦାନ କରାଯାଉଛି | ଯାହାଦ୍ୱାରା କି ପିଲାଙ୍କ ପାଠ ପଢ଼ାରେ ସୃଷ୍ଟି ହଉଛି ଅସୁବିଧା | ଗୋଟିଏ କଳାପଟାରେ ୨ ଜଣ ଶିକ୍ଷକ ଲେଖି ପିଲାଙ୍କୁ ଦେଉଛନ୍ତି ଶିକ୍ଷାଦାନ | ପ୍ରଥମ ରୁ ପଞ୍ଚମ ଶ୍ରେଣୀ ର ସମସ୍ତ ଛାତ୍ରଛାତ୍ରୀ ଗୋଟିଏ କକ୍ଷ ରେ ପଡୁଛନ୍ତି ପାଠ ଏହା ନେଇ ଚିନ୍ତାରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ | କେଉଁ ଵିଭାଗ ପିଲାଙ୍କୁ କେତେ ସମୟ ପଢେଇବେ ଏହା ନେଇ ଅଡୁଆରେ ପଡିଛନ୍ତି ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟିତ୍ରୀ | ପିଲାଙ୍କୁ ଭଲ ଶିକ୍ଷାର ଆବଶ୍ୟକତା ଅଛି ତେଣୁ ପିଲାଙ୍କ ଉଜ୍ୱଳ ଭବିଷ୍ୟତ ନିମନ୍ତେ ବିଦ୍ୟାଳୟରେ ରେ କକ୍ଷ ର ଜରୁରୀ ଅଛି ଏବଂ ସବୁ ପିଲା ସମସ୍ତ ସୁବିଧା ପାଇପାରିବେ ବୋଲି ଅଭିଯୋଗ କରିଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ । ଏହି ବିଷୟରେ ସରପଞ୍ଚ ରୁ ଆରମ୍ଭ କରି ନେତା ,ମନ୍ତ୍ରୀ , ବିଡିଓ ଗୋଷ୍ଠି ,ଶିକ୍ଷାଅଧିକାରୀ ଙ୍କୁ ଅଭିଯୋଗ କରି ଆସୁଥିଲେ ସୁଦ୍ଧା କୌଣସି ସଫଳ ମିଳିନଥିବା ଶ୍ରେଣୀ ଶିକ୍ଷକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here