Home ବ୍ରହ୍ମପୁର ସ୍ପେଶାଳ ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମିଳନୀ

ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ଗଞ୍ଜାମ ଜିଲ୍ଲା ସାଙ୍ଗଠନିକ କର୍ମକର୍ତ୍ତା ସମିଳନୀ

0
7

ବ୍ରହ୍ମପୁର,୦୩/୧୦/୨୦୨୪:ଅଲ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ତରଫରୁ ପ୍ରଥମ ଥର ସାଧାରଣ ଅଧିବେଶନ ବ୍ରହ୍ମପୁର ସହର ଗେଟ ବଜାର ନିକଟସ୍ଥ ଏନଜିଓ ହଳ ଠାରେ ରାଜ୍ୟ ଅଧକ୍ଷ ଚିନ୍ତାମଣି ନାୟକ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଏହି ସଭା ରେ ଶ୍ରୀ ମନୋରଞ୍ଜନ ନିମାଇ ସଭାପତିତ୍ୱ କରିଥିଲେ, ସାଧାରଣ ସମ୍ପାଦକ ରୋହିତ କୁମାର ନାୟକ ସାଧାରଣ ବିବରଣୀ ପାଠ କରିଥିଲେ । ଉକ୍ତ ସଭା କୁ ଉଦଘାଟକ ରୂପେ ଧରାକୋଟ ତାଳୁକା,ସଭାପତି ଶ୍ରୀ ବାସୁଦେବ ନାୟକ,ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ।ସମ୍ମାନିତ ଅତିଥି ରୂପେ ରାଜ୍ୟ ସଭାପତି ଶ୍ରୀ ଗୋପୀନାଥ ନାୟକ,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଅଶୋକ କୁମାର ନାୟକ,ବ୍ରହ୍ମପୁର ହାଡ଼ିକୁଳ ମହାସଂଘ ସଭାପତି ଶ୍ରୀ ସୁକାନ୍ତ ମୁଖୀ,କାର୍ଯ୍ୟକାରୀ ସଭାପତି ଶ୍ରୀ ଦେବେନ୍ଦ୍ର ଘଡ଼େଇ,ଘୁମୁସର ତାଲୁକା ସଭାପତି ଶ୍ରୀ ତୀର୍ଥବାସି ଚୌଧୁରୀ,ବୁଗୁଡ଼ା ସଭାପତି ଶ୍ରୀ ବାବାଜୀ ନାୟକ ପ୍ରମୁଖ ମଞ୍ଚାସୀନ ହୋଇଦଳିତ,ନିଷ୍ପେସିତ,ଲାଂଛିତ,ଶୋଷିତ,ଅବହେଳିତ ରେ ଥିବା ସମସ୍ତ ଦଳିତ ସମାଜ ଉଦେଶ୍ୟ ରେ ଆଲୋକପାତ କରିଥିଲେ ଏବଂ ଆଗାମୀ ଦିନ ରେ ନିଜର ହକ୍ ତଥା ଅଧିକାର ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ସମସ୍ତଙ୍କୁ ସଂକଳ୍ପକରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜନର୍ଦ୍ଦନ ଘଡେଇ,ପିତାମ୍ବର ବେହେରା,ଜ୍ୟୋତିନ୍ଦ୍ର ଘଡେଇ,ସୁରଥ ନନ୍ଦ,ସୁକାନ୍ତ ଘଡେଇ,ମହେଶ୍ୱର ଚୌଧୁରୀ,ଦିଲୀପ ହାତୀ,ପ୍ରଦୀପ ହାତୀ,ବିକାଶ ନାୟକ,ରାଜେଶ ନାୟକ,ଭାସ୍କର ବାଙ୍ଗାରୀ ଏବଂ ଗଞ୍ଜାମ ଜିଲ୍ଲା ର ସମସ୍ତ ଗ୍ରାମ ସୋରଡ଼ା,ବଡ଼ଗଡ଼,ଭଞ୍ଜନଗର,ନୂଆଗାଁ,ପୋଲସରା,ବୁଗୁଡ଼ା,ଆସ୍କା,ଛତ୍ରପୁର,ଦିଗପହଣ୍ଡି,ଚିକିଟି,ପାତ୍ରପୁର,ଜରଡ଼ା,ଭିଷ୍ମଗିରି,ସିନ୍ଧବା,ଲଷ୍ମୀନୃସିଂହପୁର,ବରମୁଣ୍ଡଳୀ,ମାଣିକ୍ୟପୁର,କଞ୍ଚୁଡୁ,ଖଲ୍ଲିକୋଟ,ବିକ୍ରମପୁର,
ପୁରୁଷତ୍ତୋମପୁର,ନିମଖଣ୍ଡି,ନିମଖଣ୍ଡିପେଣ୍ଠ ସମେତ ସମଗ୍ର ବ୍ରହ୍ମପୁର ସହର ର ସାହି ବାସିନତା ଯୋଗ ଦେଇଥିଲେ ଶେଷରେ ବଡ଼ଗଡ଼ ନିବାସୀ ସାଧୁ ଅଲେଖ ମହିମା ପ୍ରଚାରକ ଧନ୍ୟବାଦ ସହ ସଭା ସାଙ୍ଗ କରିଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!