Home ବ୍ରହ୍ମପୁର ସ୍ପେଶାଳ ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବିଜେଡି ର ଜନ ସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

0
5

ବୁଗୁଡା , ୦୪/୯/୨୪ : ଗଞ୍ଜାମ ଜିଲ୍ଲାର ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ବୁଗୁଡା ବ୍ଳକ ଓ ଏନଏସି ର ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅକ୍ଟୋବର ୩ ତାରିଖ ଦିନ କଦମ୍ବ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକରେ ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅଧ୍ୟକ୍ଷତା କରିଥିଲେ। ବୁଗୁଡା ବ୍ଳକ ଓ ଏନଏସି ରେ ବିଜେଡ଼ି ର ଜନ ସମ୍ପର୍କ ପଦଯାତ୍ରା ବିଷୟରେ ଆଲୋଚନା ହୋଇଥିଲା। ବିଜେପି ର ମିଥ୍ୟା ପ୍ରତିଶ୍ରୁତି ଓ ଆଇନ ଶୃଙ୍ଖଳାର ଅବଗତି ବିଷୟକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରସ୍ତାବ ଗ୍ରହଣ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ବୁଗୁଡା ବ୍ଲକ କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, ବୁଗୁଡା ଏନଏସି ସଭାପତି କେ.ତ୍ରିଲୋଚନ ଦୋରା, ପିର୍ବତନ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ କୃଷ୍ଣ ରା, ପୂର୍ବତନ ସରପଞ୍ଚ କବିରାଜ ଗୌଡ଼, କାଉନସିଲର ପ୍ରତିନିଧି ସୂର୍ଯ୍ୟନାରାୟଣ ମହାନ୍ତି, ଇଂ ବସନ୍ତ ଦଳେଇ, ସନାତନ ମହାରଣା, ରାମଚନ୍ଦ୍ର ନାୟକ, ମନୋରଞ୍ଜନ ଦାଶ ଙ୍କ ସମେତ ବହୁ ସରପଞ୍ଚ , ସମିତି ମେମ୍ବର ଓ ସକ୍ରିୟ ସଦସ୍ୟ ବୃନ୍ଦ ଯୋଗଦେଇଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!