Home ବ୍ରହ୍ମପୁର ସ୍ପେଶାଳ ବୃଦ୍ଧ ନିଖୋଜ ! ଆଖିରୁ ଶୁଖୁନି ଲୁହ

ବୃଦ୍ଧ ନିଖୋଜ ! ଆଖିରୁ ଶୁଖୁନି ଲୁହ

0
4

ରାୟଗଡା,୦୪/୧୦/୨୦୨୪ ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଶିରିପୁର ଗ୍ରାମର କାଡ୍ରାକା ପରିବାର ରେ ଖେଳିଯାଇଛି ଦୁଃଖର ଛାୟା। କାଡ୍ରାକା ପରିବାର ର ମୁରବୀ ଶ୍ରୀ ବନମାଳୀ କାଡ୍ରାକା ବୟସ ମାତ୍ର ୬୧ ମାସେ ହେଲା ନିଖୋଜ ଅଛନ୍ତି।ସେ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଥିବା ସହ ତାଙ୍କ ମାନସିକ ଅବସ୍ଥା ଆଦୌ ଠିକ୍ ରହୁନଥିଲା | ଗତ ଅଗଷ୍ଟ ମାସ ୨୭ ତାରିଖ ସନ୍ଧ୍ୟା ୭.୩୦ ସମୟରେ ହଠାତ ଘରୁ ବାହାରି ଚାଲିଯାଇଛନ୍ତି ବନମାଳୀ ।ସପରିବାର ତାଙ୍କୁ ବହୁତ ଖୋଜାଖୋଜି କରିଛନ୍ତି |ନିକଟସ୍ଥ ପୋଲିସ ଥାନା କୁ ମଧ୍ୟ ଖବର ଦେଇ ସହାୟତା ନେଇଛନ୍ତି କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ସଂନ୍ଧାନ ମିଳିପାରିନାହିଁ। ତେଣେ ପରିବାର ଆଖିରୁ ଆଉ ଶୁଖୁନି ଲୁହ |ଝର ଝର ହୋଇ ଝୋରୀ ପୋଡ଼ୁଚି ଲୁହ | ଅନେକ ଖବର କାଗଜ ନିକଟସ୍ଥ ପୋଲିସ ଥାନା ସମସ୍ତ ଙ୍କ ସହାୟତା ନେବା ସତ୍ୱେ ମିଳିନାହାନ୍ତି ବନମାଳୀ । କିନ୍ତୁ ଏବେ ମଧ୍ୟ ହାର ମାନିନାହାନ୍ତି କାଡ୍ରାକା ପରିବାର ତାଙ୍କ ବିଶ୍ୱାସ ଅଛି କି ନିଖୋଜ ହୋଇଥିବା ବନମାଳୀ ତାଙ୍କ ପାଖକୁ ଦିନେ ନିଶ୍ଚିତ ଭାବେ ଫେରିବେ।ସମସ୍ତ ସହୃଦୟ ବ୍ୟକ୍ତିଙ୍କୁ ଅନୁରୋଧ ଶ୍ରୀ ବନମାଳୀ କାଡ୍ରାକା ଙ୍କୁ କେଉଁଠି ଦେଖନ୍ତି ତେବେ ନିମ୍ନ ଲିଖିତ ମୋବାଇଲ ନମ୍ୱରରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ଯୋଗାଯୋଗ :
9692899031- କପିଳାସ ନିଶିକା
8280487145- ପ୍ରମୋଦ କାଡ୍ରାକା

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!