Home ବ୍ରହ୍ମପୁର ସ୍ପେଶାଳ ପୋଲସରା ବ୍ଲକ ସ୍ତରୀୟ ସୁରଭି -୨୦୨୪ ଅନୁଷ୍ଠିତ

ପୋଲସରା ବ୍ଲକ ସ୍ତରୀୟ ସୁରଭି -୨୦୨୪ ଅନୁଷ୍ଠିତ

0
3

ପୋଲସରା ୪/୧୦/୨୪ ପୋଲସରା ଗୋପବନ୍ଧୁ ହାଇ ସ୍କୁଲ ପରିସରରେ ପୋଲସରା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪ କାର୍ଯ୍ୟକ୍ରମ ଅକ୍ଟୋବର ୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଗୋପବନ୍ଧୁ ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା ରଥ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ମାନ୍ୟବର ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଯୋଗଦେଇ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ପୋଲସରା ବିଇଓ ପିଣ୍ଟୁ ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ଏବିଇଓ ସ୍ୱରୁପ କୁମାର ପାତ୍ର ଓ ପୂର୍ବତନ ପ୍ରଧାନ ଶିକ୍ଷକ କାମ୍ପ ବଢ଼େଇ ଯୋଗଦେଇଥିଲେ। (୧) ସ୍ବଚ୍ଛତା ହିଁ ସେବା,(୨) ସୁସ୍ଥ ସମାଜ ଗଠନ କରିବା,(୩) ସୁଚରିତ୍ର,(୪) ସୁନ୍ଦର ବ୍ୟବହାର,(୫) ସ୍ବାବଲମ୍ବୀ ହେବା, ଏହି ଫାଇଭି ଏସ ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ ଶ୍ରୀ ମଳିକ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସରକାରଙ୍କ ପକ୍ଷରୁ ବିଦ୍ୟାଳୟର ଉନ୍ନତି ପାଇଁ ଅଢେଇ କୋଟି ଟଙ୍କା ମଞ୍ଜୁରୀ ହୋଇଥିବା ଜଣାପଡିଛି। ଉଦଯାପନି କାର୍ଯ୍ୟକ୍ରମରେ ବିଇଓ ପିଣ୍ଟୁ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଲସରା ତହସିଲଦାର ରୁବି ବେହେରା, ମୁଖ୍ୟବକ୍ତା ଭାବେ ପୋଲସରା ବିଡିଓ କୁରେଶ ଚନ୍ଦ୍ର ଜାନୀ ଏବଂ ସମ୍ମାନିତ ଅତିଥିଭାବେ ଏବିଇଓ ସ୍ୱରୂପ କୁମାର ପାତ୍ର ଓ ହାଇ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ମୋନାଲିସା ରଥ ଯୋଗଦେଇଥିଲେ। ବିଭିନ୍ନ ବିଭାଗ ପ୍ରତିଯୋଗିତାରେ ୨୯୭ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ କ୍ରୀଡ଼ାରେ କୃତିତ୍ୱ ଅର୍ଜନ କରିଥିବା ୭୬ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ପୋଲସରା କ୍ଳଷ୍ଟର ସିଆରସିସି ଜଗନ୍ନାଥ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବଡ ପଙ୍କଳବାଡି କ୍ଳଷ୍ଟର ସିଆରସିସି ଜିତେନ୍ଦ୍ର କୁମାର ପାଢୀ ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!