Home ବ୍ରହ୍ମପୁର ସ୍ପେଶାଳ ଗବେଷଣା ପାଇଁ ଡକ୍ଟର ବିନୋଦ କୁମାର କର ସମ୍ମାନିତ

ଗବେଷଣା ପାଇଁ ଡକ୍ଟର ବିନୋଦ କୁମାର କର ସମ୍ମାନିତ

0
5

ବୁଗୁଡା ୦୫/୧୦/୨୪ : ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଗାନ୍ଧୀ ଶାନ୍ତି ଅଧ୍ୟୟନର ନିର୍ଦ୍ଦେଶକ ଓ ଡକ୍ଟର ଭୀମରାଓ ରାମଜି ଆମ୍ବେଦକର ଆଇନ ମହାବିଦ୍ୟାଳୟର ପ୍ରିନ୍ସପାଲ ପ୍ରଫେସର କେ. ସୀତା ମାଣିକ୍ୟମ ଏକ ସମ୍ମିଳନୀରେ ଓଡ଼ିଶା ଗଞ୍ଜାମ ଜିଲ୍ଲାର ପିପୁଲସ କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ଡକ୍ଟର ବିନୋଦ କୁମାର କରଙ୍କୁ ସମ୍ମାନପତ୍ର ସହ ସମ୍ବର୍ଦ୍ଧିତ କରିଛନ୍ତି। ଅଧ୍ୟାପକ ଡକ୍ଟର ଶ୍ରୀ କର “ସଶକ୍ତ ସ୍ୱରାଜ: ସମସାମୟିକ ଦକ୍ଷିଣ ଏସୀୟ ସାହିତ୍ୟରେ ଗାନ୍ଧୀ ଦର୍ଶନ ଏବଂ ନାରୀବାଦୀ ସକ୍ରିୟତା” ଉପରେ ଅନୁସନ୍ଧାନ ଉପସ୍ଥାପନାର ସ୍ୱୀକୃତି ଏବଂ ପ୍ରଶଂସା କରି ତାଙ୍କୁ ସମ୍ମିଳନୀରେ ସମ୍ବର୍ଦ୍ଧିତ କରିଛନ୍ତି। ନିକଟରେ ଦକ୍ଷିଣ ଏସିୟ ରାଷ୍ଟ୍ର ଗୁଡିକ ଏବଂ ୟୁରୋପିୟ ରାଷ୍ଟ୍ର ସଂଗଠନ ଉପରେ ଗବେଷଣା କରି ଶ୍ରୀ କର ଡକ୍ଟରେଟ ଅଫ ଫିଲୋସିପି (Ph.D.) ପାଇଥିଲେ। ପ୍ରଫେସର ମାଣିକ୍ୟମଙ୍କ ପ୍ରେରଣାଦାୟକ ଶବ୍ଦ ଏବଂ ମାର୍ଗଦର୍ଶନ ଅମୂଲ୍ୟ ଅଟେ। ଗାନ୍ଧୀ ମୂଲ୍ୟବୋଧ ଏବଂ ସାମାଜିକ ନ୍ୟାୟକୁ ପ୍ରୋତ୍ସାହିତ କରୁଥିବା ଏହି ଏକାଡେମିକ୍ ସମ୍ପ୍ରଦାୟର, ଡକ୍ଟର କର ଏକ ଅଂଶ ହୋଇଥିବା ଯୋଗୁଁ ବୁଗୁଡା ପିପୁଲସ କଲେଜ ସମେତ ସମସ୍ତ ବୁଦ୍ଧିଜୀବୀ ଶ୍ରୀ କରଙ୍କୁ ଅଭିନନ୍ଦନ ଜଣାଇବା ସହ ଗାନ୍ଧୀ ଶାନ୍ତି ଅଧ୍ୟୟନର ଡ଼ାଇରେକ୍ଟର ପ୍ରଫେସର କେ.ସୀତା ମାଣିକ୍ୟମଙ୍କୁ ସାଧୁବାଦ ସହ ଧନ୍ୟବାଦ ଅର୍ପଣ କରିଛନ୍ତି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!