ଏନଜିଓ “ନିର୍ମାଣ” ପକ୍ଷରୁ ଜନ ସଚେତନତା ବୈଠକ

0
3

ରାୟଗଡା ,୦୫/୧୦/୨୦୨୪: ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଉପର ମୁସୁଡି ଡଙ୍ଗରିଆ ଗ୍ରାମରେ ଆଜି ଜନସଚେତନତା ଏବଂ ନାରୀ ଶିକ୍ଷା ବିଷୟରେ “ନିର୍ମାଣ” ଏନଜିଓ ତରପରୁ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ “ନିର୍ମାଣ” ଏନଜିଓ ର ସମସ୍ତ ସଦସ୍ୟ ମୁସୁଡି ଗ୍ରାମରେ ଲୋକଙ୍କୁ ଏକତ୍ରିତ କରି ଲୋକଙ୍କ ଉନ୍ନତି କିପରି ହୋଇପାରିବ ଓ କିପରି ନାରୀ ପାଇଁ ଶିକ୍ଷା ଜରୁରୀ ତାହା ଉପରେ ଲୋକଙ୍କୁ ବୁଝାଇ ଥିଲେ | ଏହା ସହ ସେମାନଙ୍କ ଉନ୍ନତି ନିମନ୍ତେ “ନିର୍ମାଣ” ଏନଜିଓ ସମସ୍ତ ପ୍ରକାର ସାହଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here