ନବରାତ୍ରି ଉପଲକ୍ଷେ ଦାଣ୍ଡିଆ ନୃତ୍ୟ ରେ ଝୁମିଲେ ଦର୍ଶକ

0
3

ବ୍ରହ୍ମପୁର, ୦୫/୧୦/୨୦୨୪:ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଶୁଭ ନବରାତ୍ରି ଅବସରରେ ଅମିତା ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦାଣ୍ଡିଆ ନୃତ୍ୟ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ସୁନାମ ଧାରୀ କଣ୍ଠ ଶିଳ୍ପୀ ଜେମ୍ସ ଆଉ ତାଙ୍କ ଟିମ୍ ଯୋଗ ଦେଇ ଦର୍ଶକ ମାନଙ୍କୁ ସଙ୍ଗୀତ ର ତାଳେ ତାଳେ ଝୁମେଇ ଥିଲେ । ଏହି ଦାଣ୍ଡିଆ ନାଚରେ ବହୁ ପୁରୁଷ ମହିଳା ଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ଶିଶୁ ମାନେ ଦାଣ୍ଡିଆ ପୋଷାକ ପରିଧାନ କରି ନାଚୁଥିବା ପରିଲକ୍ଷିତ ହୋଇଥିଲା । କଣ୍ଠ ଶିଳ୍ପୀ ସୁଦୀପ ସାହୁ ମଧ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ଅମିତା ଙ୍କ ସମେତ ଜି. ବିଦ୍ୟାଶ୍ରୀ, ଡ଼ ଦୀପକ ଦାସ, ସମୀର ପ୍ରଧାନ ପ୍ରମୁଖ କାଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ସମସ୍ତେ ଏଠାରେ ପରଷ୍ପର କୁ ନବରାତ୍ର ର ଶୁଭେଚ୍ଛା ଜଣାଇ ନାଚ କରିଥିଲେ ।

LEAVE A REPLY

Please enter your comment!
Please enter your name here