ମହାମାୟୀ କଲେଜ ରେ ଆଣ୍ଟି ରାଗିଂ ସଚେତନତା କାର୍ଯ୍ୟକ୍ରମ

0
5

ବ୍ରହ୍ମପୁର,୦୫/୧୦/୨୦୨୪:
ସ୍ଥାନୀୟ ମହାମାୟୀ ମହିଳା ମହାବିଦ୍ୟାଳୟ ଠାରେ ଆଇକ୍ୟୁଏସି ଆନୁକୁଲ୍ୟରେ କଲେଜ ଅଧ୍ୟକ୍ଷା ଡଃ. ନିବେଦିତା ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଣ୍ଟି ରାଗିଂ ସେଲ୍‌ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏବଂ ସଂଯୋଜିକା ଡ. ମମତା ପା଼ଢ଼ୀ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରଶାସନିକ ଅଧିକାରିଣୀ ଡ ଜୟନ୍ତି ରାଣୀ ପଣ୍ଡା ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ରାଗିଙ୍ଗ ବିଷୟରେ ସଚେତନ କରିଥିଲେ । ବିତ୍ତ ଅଧିକାରୀ ଡଃ ସୁବ୍ରତ କୁମାର ପଣ୍ଡା, ଆଇ.କ୍ୟୁ.ଏ.ସି ସଂଯୋଜିକା ଡଃ. ସୁଜାତା ପଣ୍ଡିତ ଓ “ଆମ ଗୌରବ- ଆମ କଲେଜ” ସଂଯୋଜିକା ଡ଼ଃ ସ୍ବର୍ଣ୍ଣଲତା ପଟ୍ଟନାୟକ, ଶିକ୍ଷା ବିଭାଗ ମୁଖ୍ୟା ଡ ରାଜଲକ୍ଷ୍ମୀ ଦାସ ମଞ୍ଚାସୀନ ଥିଲେ । ଏହି ସଭାରେ ଶତାଧିକ ଛାତ୍ରୀ ଉପସ୍ଥିତ ଥିବାବେଳେ ଅଧ୍ୟାପିକା ସୁନିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here