Home ବ୍ରହ୍ମପୁର ସ୍ପେଶାଳ • କୃଷକଗଣ ବିକଶିତ ଭାରତର ଆଧାର- ପ୍ରଧାନ ମନ୍ତ୍ରୀ • ପି. ଏମ୍ କିଶାନ ସମ୍ମାନନିଧି...

• କୃଷକଗଣ ବିକଶିତ ଭାରତର ଆଧାର- ପ୍ରଧାନ ମନ୍ତ୍ରୀ • ପି. ଏମ୍ କିଶାନ ସମ୍ମାନନିଧି ଯୋଜନାର ୧୮ତମ କିସ୍ତି ହସ୍ତାନ୍ତର

0
3

ଛତ୍ରପୁର,୦୫/୧୦/୨୦୨୪ : ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନନିଧି ଯୋଜନାର 18 ତମ କିସ୍ତିର ହସ୍ତାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ଠାରେ ସମବେତ ଜିଲ୍ଲାର କୃଷକ ମାନଙ୍କ ସକାଶେ ଏକ ସମାବେଶ ହୋଇଥିଲା । ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ପି ଏମ୍. କିଷାନନିଧି ଯୋଜନାର ୧୮ ତମ କିସ୍ତିର ହସ୍ତାନ୍ତର ହୋଇଛି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ହାରାହାରି ୧,୫୭,୬୧୧ କୃଷି ପରିବାରକୁ ୧୮ ତମ ସମ୍ମାନନିଧି ପ୍ରଦାନ ହୋଇଛି । ମହାରାଷ୍ଟ୍ର ରାଜ୍ୟର ଓ୍ବାସିମ୍ ଠାରେ ଆୟୋଜିତ ଏକ ବିରାଟ ଜନସଭାକୁ ସମ୍ବୋଧିତ କରି ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଯୋଡିହୋଇ ଜଣାଇଥିଲେ ଯେ, କୃଷକ ମାନଙ୍କ ଆର୍ଥକ ବିକାଶ କରି ସେମାନଙ୍କୁ ସଶକ୍ତ କରା ଯାଉଛି, ସେଥି ନିମନ୍ତେ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । କୃଷକ ମାନଙ୍କ ବିକାଶ ନିମନ୍ତେ ସରକାର ସଂକଳ୍ପ ବଦ୍ଧ । କୃଷକଗଣ ବିକଶିତ ଭାରତର ଆଧାର । ଏହି ପର୍ଯ୍ୟାୟରେ ୯.୪୦ କୋଟି ଚାଷୀଙ୍କୁ ମିଳିବ ହାରାହାରି ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା । ଏହି ଅବସରରେ ଜିଲ୍ଲା ସ୍ତରୀୟ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ନିଜ ବକ୍ତବ୍ୟରେ ଜଣାଇଥିଲେଯେ, ପି.ଏମ୍. କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ହାରାହାରି ୧,୫୭,୬୧୧ କୃଷି ପରିବାର ୧୮ତମ ସମ୍ମାନ ନିଧି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଯୋଜନା ୨୦୧୯ ମସିହା ଫେବୃଆରୀ ୨ତାରିଖ ଠାରୁ ଚାଲୁ ରହିଛି । ଏଥିରେ କୃଷି ଓ କୃଷକଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଆର୍ଥିକ ସହାୟତା ଦିଆ ଯାଉଛି । ଏହି ଯୋଜନାରେ ଡିବିଟି ମାଧ୍ୟମରେ ସିଧା ସଳଖ ଚାଷୀର ବ୍ୟାଙ୍କ ଖାତାରେ ଦିଆ ଯାଉଛି ।
ନୂଆଖାଇ ଦିନ ଠାରୁ ଏକ ସାଚୁରେଶନ୍ ଡ୍ରାଇଭ୍ ଚାଲିଛି । ଯେଉଁଠି ବାଦ୍ ପଡିଥିବା ଚାଷୀଙ୍କୁ ଆବଶ୍ୟକୀୟ କାର୍ଯ୍ୟକଳାପ ସଂପାଦନ କରାଇ ପି.ଏମ୍ କିଷାନ ରେ ଅନ୍ତର୍ଭୁକ୍ତ କରାଯାଉଛି । ଏହି ଯୋଜନାରେ କେବଳ କ୍ଷୁଦ୍ର ନାମମାତ୍ର ଚାଷୀ ନୁହଁ, ମଧ୍ୟମ ଏବଂ ବୃହତ୍ ଚାଷୀ ମଧ୍ୟ ଲାଭ ନେଇ ପାରିବେ ।
ଏହି ଯୋଜନା ସମ୍ପର୍କରେ ଅଧିକରୁ ଅଧିକ ସଂପ୍ରସାରଣ ପାଇଁ ଆଜି ପି.ଏମ୍. – କିଷାନ ଉତ୍ସବର ଆୟୋଜନ ହୋଇଛି । ତେଣୁ ଆମେ ଏହି ଯୋଜନା ସମ୍ପର୍କରେ ନିଜେ ଜାଣିବା ଓ ଜଣାଇବାକୁ ଚେଷ୍ଟା କରିବା । ଏହା ଦ୍ବାରା ଆମେ ସଶକ୍ତ ଏବଂ ସମୃଦ୍ଧ ହୋଇ ପାରିବା ।
ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ମଧୁମିତା ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ଯ କୃଷି ଅଧିକାରୀ ରବି ନାରାୟଣ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ତଥା ବରିଷ୍ଠ ବିଜ୍ଞାନୀ ଡଃ ସୁଜିତ କୁମାର ନାଥ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ୟାନ କୃଷି ନିର୍ଦ୍ଦେଶକ ଡଃ କନ୍ଦ ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ଲିଡ଼୍ ବ୍ୟାଙ୍କ ପରିଚାଳକ ହିମାଞ୍ଚଳ ସାହୁ ମଞ୍ଚାସୀନ ଥିବା ବେଳେ କୃଷି ବିଭାଗୀୟ ଅଧିକାରୀ, ଜିଲ୍ଲାର କୃଷକଗଣ ଉପସ୍ଥିତ ଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!