Home ବ୍ରହ୍ମପୁର ସ୍ପେଶାଳ ବୁଗୁଡା ବ୍ଳକରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

ବୁଗୁଡା ବ୍ଳକରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

0
3

ବୁଗୁଡା ୦୫/୯/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଓ ନଗର ବିଜୁ ଜନତା ଦଳ ପକ୍ଷରୁ ଅକ୍ଟୋବର ୫ ତାରିଖ ଦିନ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଓ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ବିରଞ୍ଚିପୁର ଓ ବି.ବ୍ରହ୍ମପୁର ଗ୍ରାମରେ ଜନସମ୍ପର୍କ ପଦଯାତ୍ରା ହୋଇଥିଲା। ପଦଯାତ୍ରା ଶେଷରେ ବି.ବ୍ରହ୍ମପୁର ଗ୍ରାମରେ ପୂର୍ବତନ ସରପଞ୍ଚ କବିରାଜ ଗୌଡ଼ଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ତିନି ହଜାର ଟଙ୍କା ବାର୍ଦ୍ଧକ୍ୟ ଭତ୍ତା, ୩୦୦ ୟୁନିଟ ମାଗଣା ବିଜୁଳି, ୫୦ ହଜାର ସୁଭଦ୍ରା ଟଙ୍କା ପ୍ରଭୃତି ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି ଶାସନ କ୍ଷମତାକୁ ଆସିଛି ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ଅଭିଯୋଗ କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରେ ବୋଲି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ଜିଲ୍ଲା ସମ୍ପାଦକ ମନୋରଞ୍ଜନ ଦାଶ, ଆଡଭୋକେଟ ରବୀନ୍ଦ୍ର କୁମାର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା ସମିତା ସ୍ୱାଇଁ, ବିରଞ୍ଚିପୁର ସରପଞ୍ଚ ଟିକିନା ସେଠୀ, ଏନଏସି ବିଜେଡି ସଭାପତି କେ.ତ୍ରିଲୋଚନ ଦୋରା, ଜିଲ୍ଲା ପରିଷଦ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଖଦାଳ ଖଟେଇ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ରାମଚନ୍ଦ୍ର ନାୟକ, କୈଳାଶ ପ୍ରଧାନ, କାର୍ତ୍ତିକ ସାହାଣୀ, ସୁଶାନ୍ତ ପ୍ରଧାନ, କୃଷ୍ଣ ରା, ଯୁବ ବିଜେଡି ସଭାପତି କେଶବ ସାହୁ ପ୍ରମୁଖଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ, ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ, ସକ୍ରିୟ ସଦସ୍ୟ ଓ ସାଧାରଣ କର୍ମୀ ଅଂଶ ଗ୍ରହଣ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!