Home ବ୍ରହ୍ମପୁର ସ୍ପେଶାଳ ଅର୍ଥନୀତି ବିଭାଗ ଦ୍ୱାରା ଏକ ପାଠଚକ୍ର ଆୟୋଜିତ

ଅର୍ଥନୀତି ବିଭାଗ ଦ୍ୱାରା ଏକ ପାଠଚକ୍ର ଆୟୋଜିତ

0
7

ବୁଗୁଡା, ୦୭/୯/୨୪ : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲ୍ସ କଲେଜର ଅର୍ଥନୀତି ବିଭାଗ ଦ୍ୱାରା ଅକ୍ଟୋବର ୭ ତାରିଖ ଦିନ “ଭାରତରେ ରୋଜଗାରର ପରିବର୍ତ୍ତନଶୀଳ ଦୃଶ୍ୟ: ଟ୍ରେଣ୍ଡ ଏବଂ ଚ୍ୟାଲେଞ୍ଜ” ବିଷୟବସ୍ତୁ ଉପରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଲେଜର ଭାରପ୍ରାପ୍ତ ପ୍ରିନ୍ସପାଲ ଅକ୍ଷୟ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ଦାୟିତ୍ୱରେ ଥିବା ଅର୍ଥନୀତି ବିଭାଗ ଅଧ୍ୟାପକ ଶଙ୍କର ପରିଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମିନାର ଆୟୋଜିତ ହୋଇଥିଲା। ସେମିନାର ସେକ୍ରେଟାରୀ ସଂଗୀତା ବେହେରା ଅତିଥିମାନଙ୍କ ପରିଚୟ ଏବଂ ପାଠଚକ୍ରର ଗୁରୁତ୍ୱ ପ୍ରଦାନ କରିଥିଲେ। ତୃତୀୟ ବର୍ଷ ଅନର୍ସ ଛାତ୍ରୀ ବର୍ଷା ବିଷୋୟୀ ସେମିନାରର ରିସୋର୍ସ ପର୍ସନ୍, ପୋଲାସରା ସାଇନ୍ସ କଲେଜର ଅର୍ଥନୀତିର ଅଧ୍ୟାପିକା ଡକ୍ଟର ମୀନାକ୍ଷୀ ପାଣିଗ୍ରାହିଙ୍କ ବିଷୟରେ ବିସ୍ତୃତ ଭାବେ ଉପସ୍ଥାପନା କରିଥିଲେ। ତୃତୀୟ ବର୍ଷର ଭବାନୀ ବରାଡ଼ ଓ ବର୍ଷାରାଣୀ ପ୍ରଧାନ, ଅର୍ଥନୀତି ବିଭାଗ ସେମିନାରର ବିଷୟବସ୍ତୁ ଉପରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ସେମିନାରରେ ଅଧ୍ୟାପକ ଅନିଲ କୁମାର ସେଠୀ, ଭି. ସଂତୋଷି ରାଜୁ, ଇତିହାସ ଅଧ୍ୟାପକ ତଥା ପ୍ରଶାସନିକ ବୁରସର ଡକ୍ଟର ପ୍ରଦୀପ କୁମାର ଦାଶ, ପଦାର୍ଥ ବିଜ୍ଞାନ ଅଧ୍ୟାପକ ତଥା ଏକାଡେମିକ୍ ବୁରସର ସୁଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ। ଶେଷରେ ଅଧ୍ୟାପକ ଅନିଲ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!