ଆସିକା ନଳବଣ୍ଟାରୁ ୧୦ ଲକ୍ଷରୁ ଅଧିକ ବାଣ ଜବତ, ୩ ଅଟକ

0
6

ଆସିକା,୦୭/୧୦/୨୦୨୪: ଆସିକା ନଳବଣ୍ଟା ଅଞ୍ଚଳ ରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବେଆଇନ ବାଣ ଓ ବାଣ ତିଆରି ସାମଗ୍ରୀ ଜବତ ହେବା ସହ ୩ଜଣ ଙ୍କୁ ଅଟକ ରଖାଯାଇଛି। ଗଞ୍ଜାମ ଜିଲ୍ଲା ଆସିକା ନଳବଣ୍ଟାରେ ବେଆଇନ ବାଣ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ଚଢ଼ାଉ କରିଥିଲେ।ଏଥିରେ ଆସିକା ପୋଲିସ ଓ କୋଟିନଡା ପୋଲିସ ମିଳିତ ଭାବେ ଚଢାଉ କରିଥିଲେ। ଚଢାଉ ପରେ ୧୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଓ ବାଣ ତିଆରି ସାମଗ୍ରୀ ପୋଲିସ ଜବତ କରିଛି ।

ତାଳ ଫଟୋକା ,କୁମ୍ପି, ରକେଟ,ତଳ ଚକ୍ରି ଓ ଉପର ଚକ୍ରି ପରି ବିଭିନ୍ନ ପ୍ରକାର ବାଣ ଜବତ ହୋଇଛି । ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଚଢାଉରେ ଏସଡିପିଓ ସଂଜୟ କୁମାର ମହାପାତ୍ର,ଆସିକା ଥାନା ଅଧିକାରୀ ରାଜେନ୍ଦ୍ର ନାଥ ପଟ୍ଟନାୟକ,କୋଟିନଡା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହାଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here