ଗୀତା ଆବୃତ୍ତ ପ୍ରତୀଯୋଗିତା

0
7

ରାୟଗଡା,୦୭/୧୦/୨୦୨୪: ରାୟଗଡା ଜିଲ୍ଲା କଲ୍ୟାସିଂହପୁର ବ୍ଲକ ରେ ଅବସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ଗତକାଲି “ଗୀତା ଆବୃତ୍ତ ପ୍ରତୀ ଯୋଗିତା” ଅନୁଷ୍ଠିତ ହେଇଥିଲା | ଏହି କାର୍ଯ୍ୟକ୍ରମ କୁ ବ୍ଲକ ସଂଯୋଜକ ଏଙ୍କେଟେଶ୍ୱର ପାଢ଼ୀ ପରିଚାଳନା କରିଥିଲେ | ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପୂଜା ଅର୍ଚ୍ଚନା ପରେ କାର୍ଯ ଟି ଆରମ୍ଭ ହାଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଆଦର୍ଶ ବିଧ୍ୟାଳୟ ସ୍କୁଲ ର ଅଧ୍ୟାପକ ସଂଗୀତ ପଲକା, ଆଲୋକ କୁମାର ପଟ୍ଟନାୟକ, ଶଶିକାନ୍ତ ସେନାପତି , ସିକି ବେହେରା, ହୀରା ସ୍ୱାଇଁ ଉପସ୍ଥିତ ରହିଥିଲେ | ଏହି ପ୍ରତିଯୋଗିତା ରେ ଅନେକ ସ୍କୁଲ ର ଛାତ୍ରଛାତ୍ରୀ ମଧ୍ୟ ଯୋଗଦାନ କରିଥିଲେ | ଶିକରପାଇ ଶିଶୁ ମନ୍ଦିର, ନାରାୟଣପୁର ଉଚ୍ଚ ବିଦ୍ୟାଳୟ, ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଯୋଗଦେଇ ପ୍ରତିଯୋଗିତା ରେ ଭାଗ ନେଇଥିଲେ |ଏଥିରେ ଅନେକ ଗୁଡ଼ାଏ ପ୍ରତିଯୋଗିତା ହୋଇଥିଲା ଯଥା ବକୃତା ,ରଚନା ,ଗୀତ ,ନାଚ ,ଏବଂ ଏହି ପରି ଅନେକ ପ୍ରତିଯୋଗୀତା ହୋଇଥିଲା | ଅନେକ ପିଲା ମଧ୍ୟ ଯୋଗଦେଇଥିଲେ |ଏଥିରେ ଯୋଗ ଦେଇଥିବା ପିଲାଙ୍କ ମଧ୍ୟରୁ ଆଠ ଟି ପ୍ରତିଯୋଗୀ ଉତ୍ତୀର୍ଣ୍ଣ ଲାଭ କରିଥିଲେ |ପ୍ରତିଯୋଗିତା ଶେଷ ରେ ଉତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ସମସ୍ତ ମୁଖ୍ୟ ଅତିଥି ଗଣ ପୁରଷ୍କାର ଅର୍ପଣ କରିଥିଲେ | ଏବଂ ଉତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ଆସନ୍ତା ମାସ ରେ ଜିଲ୍ଲାସ୍ତରରେ ହେବାକୁଥିବା ପ୍ରତିଯୋଗିତା ରେ ଭାଗ ନେଇପାରିବେ ବୋଲି ବ୍ଲକ ସଂଯୋଜକ ଏଙ୍କେଟେଶ୍ୱର ପାଢ଼ୀ ପ୍ରକାଶ କରିଛନ୍ତି |

LEAVE A REPLY

Please enter your comment!
Please enter your name here