ଡଃ.ସୁରେନ୍ଦ୍ର ନାଥ ସାହୁ ‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ମାନିତ

0
8

ବ୍ରହ୍ମପୁର,୦୭/୧୦/୨୦୨୪:ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବ୍ରହ୍ମପୁରଠାରେ ଆୟୋଜିତ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ବିତରଣ ଉତ୍ସବରେ ପରିବେଶ ସଂରକ୍ଷଣ ଓ ପରିବେଶ ସଚେତନତା ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ ଶିକ୍ଷକ ତଥା ଆଦିବାସୀ ସଂସ୍କୃତି ଗବେଷକ ଡଃ. ସୁରେନ୍ଦ୍ର ନାଥ ସାହୁ ‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ବ୍ୟକ୍ତିଗତ ସ୍ତରରେ ତାଙ୍କର ଏଭଳି ଉଦ୍ୟମକୁ ଉତ୍ସାହିତ କରିବା ଓ ତାଙ୍କର ଉଦ୍ୟମ ଅନୁସରଣ କରିବାକୁ ଅନ୍ୟମାନଙ୍କୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ ଡଃ. ସାହୁଙ୍କୁ ମାନପତ୍ର ସହିତ ଦଶ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରି ବ୍ରହ୍ମପୁର ଆଞ୍ଚଳିକ ମୁଖ୍ଯ ବନ ସଂରକ୍ଷକ ସମ୍ବୋର୍ଦ୍ଧିତ କରିଛନ୍ତି I ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ୍ ଅନ୍ତର୍ଗତ ଗୋଲାମୁଣ୍ଡଳା ଗ୍ରାମରେ ପିତା ଶ୍ରୀ ତ୍ରିନାଥ ସାହୁ ଓ ମାତା ଶ୍ରୀମତୀ ତୁଳସୀ ଦେବୀଙ୍କ କନିଷ୍ଠ ପୁତ୍ର ଭାବେ ଜନ୍ମଗ୍ରହଣ କରିଥିବା ଡଃ. ସାହୁ ୧୯୯୭ ମସିହାରେ ଚାକିରିରେ ଯୋଗ ଦେବା ଠାରୁ ଆଜି ପର୍ଯ୍ୟନ୍ତ ପ୍ରକୃତି କୋଳରେ ବଢିଆସୁଥିବା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ସଉରା ଜନଜାତିଙ୍କ ସହ ଓତପ୍ରୋତ ଭାବେ ଜଡ଼ିତ ହୋଇ ସେମାନଙ୍କର ଜୀବନଯାପନ ପ୍ରଣାଳୀ ତଥା ପରିବେଶ ସଂରକ୍ଷଣ ଓ ସଚେତନତା ସୃଷ୍ଟି କରିବାରେ ସଦାସର୍ବଦା ଚେଷ୍ଟିତ । ସେମାନଙ୍କର ସାମାଜିକ, ସାଂସ୍କୃତିକ, ପ୍ରାକୃତିକ ଓ ପରିବେଶ ଭିତ୍ତିକ ବହୁ ପ୍ରବନ୍ଧ ବିଭିନ୍ନ ସରକାରୀ ଓ ବେସରକାରୀ ପତ୍ରପତ୍ରିକାରେ ପ୍ରକାଶିତ କରି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାରେ ଡକ୍ଟର ସାହୁଙ୍କ ଅବଦାନ ଉଲ୍ଲେଖନୀୟ । ପିଠାପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ପ୍ରକୃତି ଓ ପରିବେଶ ସମ୍ପର୍କିତ କ୍ଲବ୍ ଗଠନ କରି ଛାତ୍ରଛାତ୍ରୀ ତଥା ଯୁବଗୋଷ୍ଠୀ ମଧ୍ୟରେ ପାଠଚକ୍ର, କର୍ମଶାଳା, ଆଲୋଚନାଚକ୍ର, ଗ୍ରାମପରିକ୍ରମା ଆଦି ଆୟୋଜନ କରି ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ଡକ୍ଟର ସାହୁଙ୍କର କାର୍ଯ୍ୟାବଳୀ ପ୍ରଶଂସନୀୟ ଅଟେ I ‘ପ୍ରକୃତି ବନ୍ଧୁ’ ସମ୍ମାନରେ ସମ୍ମାନିତ ପାଇଁ ଡକ୍ଟର ସାହୁ ନିଜର ଆରାଧ୍ୟ ଦେବତା ଶ୍ରୀରାଧାକୃଷ୍ଣ, ପିତାମାତା, ପରିବାରବର୍ଗ, ବନ୍ଧୁପରିଜନ, କବିସୂର୍ଯ୍ୟନଗରର ଗୋଷ୍ଠୀଶିକ୍ଷାଧିକାରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି I

LEAVE A REPLY

Please enter your comment!
Please enter your name here