ବୁଗୁଡା ଥାନା ସମ୍ମୁଖରେ ଆଇନଜୀବୀଙ୍କ ଧାରଣା

0
6

ବୁଗୁଡା ୦୭/୯/୨୪ ଗଞ୍ଜାମ ପୋଲିସ ଜିଲ୍ଲାର ବୁଗୁଡା ପୋଲିସ ଥାନା ସମ୍ମୁଖରେ ବୁଗୁଡା ବାର ଆସୋସିଏସନ ପକ୍ଷରୁ ଅକ୍ଟୋବର ୭ ତାରିଖ ଦିନ ଧାରଣା ଦିଆଯାଇଛି। ଗତ ୨୪/୯/୨୪ ତାରିଖ ଦିନ ଆଇନଜୀବୀ ଆଶିଷ କୁମାର ରାଉତଙ୍କୁ ବୁଗୁଡା ଥାନା ଅନ୍ତର୍ଗତ ଜାନୀତୋଟା ନିକଟରେ ୩ ଜଣ ଦୁର୍ବୁତ୍ତ ମାରଣାତ୍ମକ ଆକ୍ରମଣ କରି ମୋବାଇଲ ଓ ୫ ହଜାର ଟଙ୍କା ଲୁଟି ଫେରାର ହୋଇଥିଲେ। ଏନେଇ ବୁଗୁଡା ଥାନା କେଶ ନମ୍ବର ୪୪୬/୨୪ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଥିଲା। ଘଟଣା ଘଟିବାର ୧୪ ଦିନ ହୋଇଥିଲେ ମଧ୍ୟ ବୁଗୁଡା ପୋଲିସ ଦୁର୍ବୁତ୍ତମାନଙ୍କୁ ଧରିବାରେ ବିଫଳ ହୋଇଛିନ୍ତି। ଯାହା ଫଳରେ ବୁଗୁଡା ଓକିଲ ସଂଘ ଆଜି ଦୋଷିକୁ ତୁରନ୍ତ ଧରିବା ଓ ଦୋଷି ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଟାନ ନେବା ଦାବିରେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ବୁଗୁଡା ପୋଲିସ ଥାନା ଆଇଆଇସିଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିବା ଯୋଗୁଁ ତାଙ୍କର ପ୍ରତିକ୍ରିୟା ଜଣାପଡିନାହିଁ।

LEAVE A REPLY

Please enter your comment!
Please enter your name here