Home ବ୍ରହ୍ମପୁର ସ୍ପେଶାଳ ବୁଗୁଡା ପିପୁଲସ କଲେଜର ଆଇଆରପିଏମ ବିଭାଗର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଓ ପାଠଚକ୍ର

ବୁଗୁଡା ପିପୁଲସ କଲେଜର ଆଇଆରପିଏମ ବିଭାଗର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ଓ ପାଠଚକ୍ର

0
8

ବୁଗୁଡା, ୦୭/୯/୨୪ : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ଆଇଆରପିଏମ ବିଭାଗ ପକ୍ଷରୁ ଅକ୍ଟୋବର ୭ ତାରିଖ ଦିନ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଏମ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଉଚ୍ଚ ଶିକ୍ଷା ବିଭାଗର +୩ ଆଇଆରପିଏମ ବିଭାଗର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ପ୍ରଥମେ ସ୍ୱାଗତ କରିବା ସହ କଲେଜ ଓ ବିଭାଗର ନିୟମ ବିଷୟରେ ପରାମର୍ଶ ଦିଆଯାଇଥିଲା। ଏହାପରେ “ଓଡିଶାରେ ଶ୍ରମିକ ସମସ୍ୟା ଓ ତାହାର ନିରାକରଣ ” ଉପରେ ଏକ ଚିନ୍ତାଧାରା ସୃଷ୍ଟି କରୁଥିବା ପାଠଚକ୍ର ସହିତ ଚଳିତ ଶିକ୍ଷାବର୍ଷ ଆରମ୍ଭ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯାଇଥିଲା। ତୃତୀୟ ବର୍ଷ ଛାତ୍ରୀ ସୌମ୍ୟାରାଣୀ ମହାପାତ୍ର ସନ୍ଦର୍ଭ ପାଠ କରିଥିବା ବେଳେ ଗାଇଡ଼ ଟିଚର ବିଭାଗର ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀ ପାଠଚକ୍ର ବିଷୟରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ। ମୁଖ୍ୟ ଅଧ୍ୟାପକ ଶ୍ରୀ ସେଠୀ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଇନଚାର୍ଜ ପ୍ରିନ୍ସପାଲ ତଥା ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ଆଇଆରପିଏମ ବିଭାଗର ଅବସରପ୍ରାପ୍ତ ମୁଖ୍ୟ ଅଧ୍ୟାପକ ପ୍ରଭଞ୍ଜନ ମୁନି ଯୋଗ ଦେଇ ଆଲୋଚନାରେ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଶ୍ରମିକ ସମସ୍ୟା ଓ ତାହାର ନିରାକରଣ ବିଷୟ ନେଇ ବହୁ ଉପାଦେୟ ତଥ୍ୟ ଉପସ୍ଥାପନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡିଆ ବିଭାଗରର ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ପ୍ରଧାନ, ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡକ୍ଟର ପି. କେ. ଦାଶ, ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ଆତ୍ମପ୍ରକାଶ ନାୟକ ଯୋଗଦେଇ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଆଗାମୀ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଅନ୍ତଃନିହିତ ଶକ୍ତି ଓ ପ୍ରେରଣା ସହ ଆଗେଇ ଯିବାକୁ ଆହ୍ୱାନ ଦେଇଥିଲେ। ପାଠଚକ୍ରରେ ଆଇଆରପିଏମ ବିଭାଗ ଅଧ୍ୟାପିକା ସୁରଜିତା ସାହୁ ଓ ଚିନ୍ମୟୀ ପାତ୍ର ଯୋଗଦେଇ ବିଭିନ୍ନ ପରାମର୍ଶ ଦେବାସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ସୁରଜିତା ସାହୁ ଧନ୍ୟବାଦ୍ ଦେଇଥିଲେ ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!