ପୂର୍ବତନ ବିଧାୟକ ତଥା ରାଜଶ୍ରୀ ବଳାସି ସମାଜର ମଉଡମଣୀ ନିରଞ୍ଜନ ପ୍ରଧାନଙ୍କ ପରଲୋକ।

0
13

ପୋଲସରା ୧୧/୧୦/୨୪ ଗଞ୍ଜାମ ଜିଲ୍ଲାରା କୋଦଳା ଓ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବଳାସି ସମାଜ ପାଇଁ ଗୌରବ ଆଣିଥିବା ନିରଞ୍ଜନ ପ୍ରଧାନଙ୍କ ଅକ୍ଟୋବର ୧୦ ତାରିଖ ରାତ୍ରରେ ପରଲୋକ ହୋଇଯାଇଛି। ଅସୁସ୍ଥତା ହେତୁ ଦୀର୍ଘଦିନ ଧରି ସେ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ଖବର ଜାଣିବା ପରେ ପୋଲସରା, ବୁଗୁଡା, କବିସୂର୍ଯ୍ୟନଗର, କୋଦଳା ଓ ଖଲ୍ଲିକୋଟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲସରା ବ୍ଳକର ଘୋଡାପଲାଣ ଗ୍ରାମରେ ନିରଞ୍ଜନ ପ୍ରଧାନ ଜନ୍ମ ଗ୍ରହଣ କରିଥିଲେ। ବାପା ବଳି ପ୍ରଧାନ ଓ ମା ଧର୍ମୀ ଦେବୀଙ୍କ ପୁତ୍ର ନିରଞ୍ଜନ ପ୍ରଧାନ ୧୯୫୭ ମସିହାରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ ଆସିକା ଟେକ୍ନିକାଲ ହାଇସ୍କୁଲ ଓ ପୋଲସରା ଗୋପବନ୍ଧୁ ହାଇସ୍କୁଲ ରେ ସ୍କୁଲ ଶିକ୍ଷା ସମାପ୍ତ କରି ଥିଲେ।୧୯୭୬ ମସିହାରେ ଭାବରଡା ଗ୍ରାମର ନର୍ମଦା ପ୍ରଧାନ କୁ ବିବାହ କରିବା ପରେ ୧୯୭୯ ମସିହାରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ରାଜନୈତିକ ଗୁରୁ ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ ପ୍ରେରଣାରେ ୧୯୮୦ ମସିହାରେ ଘୋଡାପଲାଣ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ ରୁ ୧୯୯୩ ପର୍ଯ୍ୟନ୍ତ ପୋଲସରା ବ୍ଳକ ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ସମୟରେ ନିରଞ୍ଜନ ପ୍ରଧାନଙ୍କ ରାଜନୈତିକ ପତିଆରା ବୃଦ୍ଧି ପାଇଥିଲା। ରାଜଶ୍ରୀ ବଳାସୀ ସମାଜ ସମର୍ଥନରେ ୧୯୯୫ ମସିହାରେ ସେ ସ୍ବାଧୀନ ପାର୍ଥୀ ଭାବେ କୋଦଳା ନିର୍ବାଚନ ମଣ୍ଡଳୀରୁ ତାଙ୍କ ରାଜନୈତିକ ଗୁରୁ ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟନାୟକଙ୍କ ବିପକ୍ଷରେ ନିର୍ବାଚନ ଲଢି ପରାଜୟ ବରଣ କରିଥିଲେ।୨୦୦୪ ରେ ବିଜେଡି ଟିକେଟ ପାଇ ପୁଣି କୋଦଳା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ଗୁରୁଙ୍କୁ ହରାଇ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିଲେ। ୨୦୦୯ ରେ ନବଗଠିତ ପୋଲସରା ନିର୍ବାଚନ ମଣ୍ଡଳୀ ଆସନରୁ ବିଜେଡି ଟିକେଟ ପାଇ ପୁଣି ନିର୍ବାଚନ ଲଢି ବିଜୟ ଧାରା ବଜାଇ ରଖିଥିଲେ।୨୦୧୪ ଓ ୨୦୧୯ ରେ ବିଜେଡି ଟିକେଟ ନମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପି ରେ ସାମିଲ ହୋଇଥିଲେ। ବିଜେଡି ପକ୍ଷରୁ ତାଙ୍କ ପତ୍ନୀ ନର୍ମଦା ପ୍ରଧାନ ମଧ୍ୟ ଜିଲ୍ଲା ପରିଷଦ ସଭ୍ଯା ଓ ବୋହୂ ସଂଯୁକ୍ତା ପ୍ରଧାନ ପୋଲସରା ବ୍ଳକ ଅଧ୍ୟକ୍ଷା ହୋଇଥିଲେ। ପୁତ୍ର ଦିପକ ପ୍ରଧାନ ଏବେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଛନ୍ତି। ଆଜି ତାଙ୍କର ମରଶରୀରକୁ ଭୁବନେଶ୍ୱରରୁ ଆଣି ପ୍ରଥମେ ଖଲ୍ଲିକୋଟ, କୋଦଳା ଓ ପରେ ପୋଲସରା ସହରରେ ଶୋଭାଯାତ୍ରା କରି ଘୋଡାପଲାଣ ଗ୍ରାମରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା। ଏହି ଶୋଭାଯାତ୍ରାରେ ରାଜ୍ୟ ମତ୍ସ୍ୟ ଓ ପଶୁ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ, ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ପୂର୍ବତନ ନଗର ପାଳ ପ୍ରଫୁଲ୍ଲ ପ୍ରଧାନ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଦେଇ ଶୋକବ୍ଯକ୍ତ କରିଥିଲେ । ଏହା ସହିତ ଜିଲ୍ଲା ପରିଷଦ ସଭ୍ୟ ଅଶୋକ ବିଷୋୟୀ, କେ ନୀଳମାଧବ ଆଚାରୀ, ଅଗସ୍ତି ବରାଡ, ସୁରେନ୍ଦ୍ର ପ୍ରଧାନ, ଏସି ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠି, ବରିଷ୍ଠ ନେତା ପୀତବାସ ପ୍ରଧାନ, ସୁରେନ୍ଦ୍ରନାଥ ପ୍ରଧାନ,ମୁନା ମହାପାତ୍ର, ବୁଗୁଡ଼ା ବ୍ଲକ ଉପାଧ୍ୟକ୍ଷ ମାନଷ ପ୍ରଧାନ, ସୁନୀଲ ପାଢ଼ୀ, ପ୍ରଶାନ୍ତ ପ୍ରଧାନ, ଦିପକ ପୋଲାଇ, ରଘୁନାଥ ପଣ୍ଡା, କାମ୍ପ ବାଢେଇ, ପୃଥିବୀ ରାଜ ଭଞ୍ଜ ଦେଓ ସମେତ ବହୁ ସରପଞ୍ଚ, ସମିତି ମେମ୍ବର ଓ ରାଜଶ୍ରୀ ବଳାସି ସମାଜ ସହ ଅଞ୍ଚଳ ବାସୀ ଶୋକ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here