Home ବ୍ରହ୍ମପୁର ସ୍ପେଶାଳ ଓଡ଼ିଶାର ତିନି ଶିକ୍ଷୟତ୍ରୀ ଙ୍କୁ ନୂଆଦିଲ୍ଲୀ ରେ ଉପାଧି

ଓଡ଼ିଶାର ତିନି ଶିକ୍ଷୟତ୍ରୀ ଙ୍କୁ ନୂଆଦିଲ୍ଲୀ ରେ ଉପାଧି

0
16

ବ୍ରହ୍ମପୁର, ୧୧/୧୦/୨୦୨୪: ନୁଆଦିଲ୍ଲୀ ସ୍ଥିତ ହୋଲିଡେ ଇନ୍ ହୋଟେଲ ରେ ଓଡ଼ିଶା ର ତିନି ଜଣ ଶିକ୍ଷୟତ୍ରୀ ଙ୍କୁ ଉତ୍ତମ ଶିକ୍ଷାବିତ୍ ଭାବେ ଉପାଧି ପ୍ରଦାନ କରାଯାଇଛି ।ସେମାନଙ୍କ ମଧ୍ୟରୁ ଗଂଜାମଜିଲ୍ଲା ଦିଗପହଣ୍ଡି ପତାଣ୍ଡ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟତ୍ରୀ ତଥା ବ୍ରହ୍ମପୁର ଯଶୋଦା ନଗର ପ୍ରଥମ ଲାଇନ ନିବାସୀ ସଞ୍ଜୀବ କୁମାର୍ ଦାସ ଙ୍କ ଧର୍ମପତ୍ନୀ ସାବନା ଦାସ ଓ କମାପଲ୍ଲୀ ନିବାସୀ ନିରଞ୍ଜନ ବେହେରା ଙ୍କ ଧର୍ମପତ୍ନୀ ତଥା ବିଜ୍ଞାନ ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ବେହେରା ରହିଥିବା ବେଳେ ଭୁବନେଶ୍ୱର ର ଶିକ୍ଷୟତ୍ରୀ ଝରାଶ୍ରୀ ପରିଡ଼ା ଙ୍କୁ ମଧ୍ୟ ଏପରି ଡକ୍ଟରେଟ ଉପାଧି ପ୍ରଦାନ୍ କରାଯାଇଛି। ୱାଶିଂଟନ ବିଶ୍ଵବିଦ୍ୟାଳୟ ତରଫରୁ ଏପରି ଉପାଧି ତିନି ଶିକ୍ଷୟତ୍ରୀ ଙ୍କୁ ପ୍ରଦାନ୍ କରାଯାଇଥିଲା । ଏପରି ଉପାଧି ଲାଗି ସଭିଙ୍କୁ ବିଭିନ୍ନ ମହଲରୁ ଶୁଭ କାମନା ଜ୍ଞାପନ କରାଯାଇଛି । ସୂଚନା ଯୋଗ୍ୟ ତିନି ଜଣ ଶିକ୍ଷୟତ୍ରୀ ଙ୍କୁ ଓଡ଼ିଶାରୁ ଚୟନ କରାଯାଇଥିଲା । ଦୀର୍ଘ ବର୍ଷ ଧରି ଶିକ୍ଷୟତ୍ରୀ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରିବା ସହ ସମାଜସେବା କ୍ଷେତ୍ରରେ ମଧ୍ୟ ସମସ୍ତେ ସୁନାମ ଅର୍ଜନ କରିଛନ୍ତି ।ପୂର୍ବରୁ ମଧ୍ୟ ଶିକ୍ଷୟତ୍ରୀ ମାନେ ବହୁ ଅନୁଷ୍ଠାନ ଆଉ ପ୍ରତିଷ୍ଠାନ ତରଫରୁ ସମ୍ମାନିତ ହୋଇଛନ୍ତି ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!