ରାୟଗଡା ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ

0
10

ରାୟଗଡା,୧୧/୧୦/୨୪: ଆଜି ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ କରାଯାଇଥିଲା। ଏହି ଅବସରରେ ରାୟଗଡା ଜିଲ୍ଲାର ପୋରିଷଦର ଅଧକ୍ଷ ସୁଶ୍ରୀ ସରସ୍ଵତୀ ମାଝୀ ଯୋଗଦେଇ, ରାୟଗଡା ଜିଲ୍ଲାର ଜୈବିକ କୃଷି ଉତ୍ପାଦନ ଅନେକ ଖାଦ୍ୟ ଶସ୍ୟ ରହିଛି। ସେଗୁଡିକ ଖାଇବା ଦ୍ବାରା ଆମେ ପୁଷ୍ଟି ବଢାଇ ପାରିବା ବୋଲି କହିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଶ୍ରୀ ବିଚିତ୍ରା ସେଠୀ, ସୁରକ୍ଷା ଅଧିକାରୀ ପ୍ରତିମା ଦାସ, କାର୍ଯ୍ୟକ୍ରମ ଅଧିକାରୀ ସୁଜତା ତ୍ରିପାଠୀଙ୍କ ସମେତ ଜିଲ୍ଲାର ସମସ୍ତ ଏଗାରଟି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କିଶୋରୀ ବାଳିକା ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମମତା ସାହୁ ଯୋଗଦେଇ ନିଜର ପିଲା ଦିନର ଯେଉଁ ଖାଦ୍ୟ ପ୍ରତି ଅଧିକ ଜରୁରୀ ଥାଏ, ସେହିପରି ଖାଦ୍ୟ ପ୍ରତି ନିଜର ଦୁର୍ବଳତା ସବୁବେଳେ ଦେଖାଯାଏ ବୋଲି କହିଛନ୍ତି। ତେଣୁ ପୁଷ୍ଟି ବିଷୟରେ ଗୁରୁତ୍ବ ଦେବା ସମୟରେ ପରିବାର ମୁଖ୍ୟମାନେ ପିଲାମାନଙ୍କ ଖାଦ୍ୟ ପ୍ରତି ଥିବା ଦୁର୍ବଳତା କୁ ଆଖି ଆଗରେ ରଖି ସେ ଖାଦ୍ୟରେ ପୁଷ୍ଟି ପ୍ରତି ଧ୍ୟାନ ଦେବାକୁ ପଡିବ। ଏହି ଅବସରରେ ପୋଷଣ ସଂକ୍ରାନ୍ତରେ ଖାଦ୍ୟ ପ୍ରସ୍ତୁତି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here