Home ବ୍ରହ୍ମପୁର ସ୍ପେଶାଳ ଦୁର୍ଗାପୂଜା ମଣ୍ଡପ ବୁଲି ଦର୍ଶନ କରିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ଦୁର୍ଗାପୂଜା ମଣ୍ଡପ ବୁଲି ଦର୍ଶନ କରିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

0
9

ବ୍ରହ୍ମପୁର, ୧୪/୧୦/୨୦୨୪ : ପବିତ୍ର ଦଶହରା ଅବସରରେ ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ,ଖଣି ଏବଂ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସଂଧ୍ୟାରେ ବ୍ରହ୍ମପୁର ମହାନଗରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଦୁର୍ଗାପୂଜା ମଣ୍ଡପ ବୁଲି ଦେଖିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ପ୍ରଥମେ ଗାନ୍ଧୀନଗର ଛକ ସ୍ଥିତ ଦୁର୍ଗାପୂଜା ମଣ୍ଡପକୁ ଆସି ପୂଜା ପାଉଥିବା ଶକ୍ତି ସ୍ୱରୂପିଣି ମାଁ’ ଦୁର୍ଗାଙ୍କ ଦର୍ଶନ କରି ଆର୍ଶୀବାଦ ନେବାସହ ବ୍ରହ୍ମପୁର ବାସୀ ତଥା ଓଡ଼ିଶା ବାସୀଙ୍କ କଲ୍ୟାଣ କାମନା କରିଛନ୍ତି । ପରେ ଗିରିଜା ଛକ,ଓଏସଆରଟିସି କାର୍ଯ୍ୟାଳୟ,ବିଜିପୁର ଛକ,ପୁରୁଣା ବସଷ୍ଟାଣ୍ଡ ଛକ ସ୍ଥିତ ଦୁର୍ଗାପୂଜା ମଣ୍ଡପ ଦର୍ଶନ କରି ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇବା ସହ ଦଶହରା ପର୍ବ ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ଚିରନ୍ତନ ବିଜୟର ପ୍ରତୀକ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ତାଙ୍କ ସହ ବ୍ରହ୍ମପୁର ବିଧାୟକ ଏବଂ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ପତି ଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!