ବିଦାୟ ନେଲେ ମାଁ, ପୁଣି ଅପେକ୍ଷା ଆସନ୍ତା ବର୍ଷ କୁ

0
13

ବ୍ରହ୍ମପୁର, ୧୪/୧୦/୨୦୨୪:ଅଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ଦଶଦିନ ଧରି ଜଗତ ଜନନୀ ମାଁ ଦୂର୍ଗା ସହରର ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଥିଲେ । ଆଜି ଏକାଦଶୀରେ ପୂଜା ମଣ୍ଡପରୁ ବାହାରି ବିଦାୟ ନେଇଛନ୍ତି ଦୁର୍ଗତି ନାଶିନି ମାଁ ଦୁର୍ଗା । ମାଁଙ୍କୁ ଦର୍ଶନ କରିବା ପାଇଁ ସହର ର ବିଭିନ୍ନ ପୂଜା ମଣ୍ଡପରେ ବିଶେଷ କରି ପଞ୍ଚମୀ ଠାରୁ ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ ଏବଂ ଦଶହରା ରେ ବିଭିନ୍ନ ପୂଜା ମଣ୍ଡପ ରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲା ।ଆଜି ମାଁଙ୍କୁ ବିଦାୟ ଦେବା ପାଇଁ ଭଷାଣୀ ଶୋଭାଯାତ୍ରା ସକାଳୁ ଆରମ୍ଭ ହୋଇ ରାତିସାରା ଚାଲିବ । ମାଁଙ୍କ ଭଷାଣୀ ଶୋଭାଯାତ୍ରା ଦେଖିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଜନ ସମାଗମ ହୋଇଥିଲା । ମାଁ ଙ୍କ ଭଷାଣୀ ଶୋଭା ଯାତ୍ରା ଯାଉଥିଲା ବେଳେ ଶ୍ରଦ୍ଧାଳୁ ମାନେ ଲୋତକ ଭରା ନୟନରେ ବିଦାୟ ଦେଇ ପୁଣି ଆର ବର୍ଷକୁ ଅପେକ୍ଷା କରିଛନ୍ତି । ବ୍ରହ୍ମପୁର ସହରରେ ହୋଇଥିବା ୪୨ ଗୋଟି ଦୂର୍ଗା ମେଢର ଭଷାଣୀ ଉତ୍ସବ ଚାଲିଛି । ବିଭିନ୍ନ ସ୍ଥାନରେ ହୋଇଥିବା ପୂଜା ମଣ୍ଡପ ରୁ ଦୁର୍ଗା ମେଢ ଗୁଡିକ ସୁସଜ୍ଜିତ ହୋଇ ଶୃଙ୍ଖଳିତ ଭାବେ ମେଢ଼ ଭଷାଣୀ ଶୋଭଯାତ୍ର ଯାଇ ମାଁ ଦୁର୍ଗା ଙ୍କ ବିସର୍ଜନ କରିଛନ୍ତି ।ମହାନଗର ନିଗମ ପକ୍ଷରୁ ବିବେକ ବିହାର, ହରଡାଖଣ୍ଡି,ଅନ୍ଧପସରା ରୋଡ ୪ଟି ସ୍ଥାନରେ ନିର୍ମିତ ଅସ୍ଥାୟୀ ଜଳାଶୟରେ ମୃଣ୍ମୟୀ ମୃର୍ତ୍ତି ଗୁଡିକୁ ବିସର୍ଜନ କରାଯାଉଛି ।

LEAVE A REPLY

Please enter your comment!
Please enter your name here