ଆଞ୍ଚଳିକ ବିକାଶ ପରିଷଦର ନୂତନ ୟୁନିଫର୍ମ ଉନ୍ମୋଚିତ

0
3

ବ୍ରହ୍ମପୁର,୧୫/୧୦/୨୦୨୪: ଗୋଳନ୍ଥରା ସ୍ଥିତ ବନ୍ଦେ ମାତରଂ ଭବନ ଠାରେ ରାଜ୍ୟ ଖଣି,ଇସ୍ପାତ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନାଙ୍କ ଦ୍ୱାରା ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦର ନୂତନ ୟୁନିଫର୍ମ ଉନ୍ମୋଚିତ ହୋଇଯାଇଛି l ଦୀର୍ଘ ଚଉଦ ବର୍ଷ ଧରି ଘର ଚଟିଆ ସୁରକ୍ଷା, ବୃକ୍ଷ ରୋପଣ,ବନ୍ୟ ପ୍ରାଣୀ ସୁରକ୍ଷା,ରକ୍ତଦାନ ଆଦି କାର୍ଯ୍ୟକ୍ରମ ନିରନ୍ତର ଭାବେ କରିଆସୁଥିବାରୁ ମାନନୀୟ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟଙ୍କୁ ପ୍ରଶଂସା କରିଥିଲେ ଓ ଆଗାମୀ ଭବିଷ୍ୟତରେ ପରିବେଶ ସୁରକ୍ଷା ସହ ସାମାଜିକ ମଙ୍ଗଳ କାର୍ଯ୍ୟ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ l ଆଜିର କାର୍ଯ୍ୟକ୍ରମରେ ପରିଷଦର ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝୀ, ପି. ଅରବିନ୍ଦ ଦେଶିବେହେରା, ବନମାଳୀ ପ୍ରଧାନ, ନଳିନୀ କାନ୍ତ ପରିଡା,ଧର୍ମରାଜ ପାତ୍ର, ଅର୍ଜୁନ ଗୌଡ଼,ପୁରୁଷୋତ୍ତମ ସ୍ୱାଇଁ, ରଞ୍ଜନ ବେହେରା, ଶ୍ରୀକାନ୍ତ ମହାନ୍ତି, ସୁନୀଲ ମାଝୀ ପ୍ରମୁଖ ଯୋଗ ଦେଇଥିଲେ l

LEAVE A REPLY

Please enter your comment!
Please enter your name here