Home ବ୍ରହ୍ମପୁର ସ୍ପେଶାଳ ଅବକାରୀ କନେଷ୍ଟବଳ ଙ୍କୁ ଆକ୍ରମଣ ଘଟଣାରେ ୬ଗିରଫ

ଅବକାରୀ କନେଷ୍ଟବଳ ଙ୍କୁ ଆକ୍ରମଣ ଘଟଣାରେ ୬ଗିରଫ

0
4

ବ୍ରହ୍ମପୁର,୧୬/୧୦/୨୦୨୪:
ଅବକାରୀ କନେଷ୍ଟବଳ ସବ୍ୟସାଚୀ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ଆଜି ପୋଲିସ ୬ଜଣଙ୍କୁ ଗିରଫ କରିଛି।ସେମାନେ ହେଲେ ତୁମ୍ବେଶ୍ୱର୍ ପାତ୍ର, ରଞ୍ଜିତ ପଟ୍ଟନାୟକ,ସମୀର ପ୍ରଧାନ, ସୁମନ ମହାପାତ୍ର, ଲକ୍ଷ୍ମୀ ନାରାୟଣ ବେହେରା ଓ ରମେଶ ପାତ୍ର।ଅବକାରୀ କନେଷ୍ଟବଳ ସବ୍ୟସାଚୀଙ୍କ ଠାରୁ ଲୁଟି ନେଇଥିବା ମୋବାଇଲ ଫୋନ୍, ପରିଚୟପତ୍ର ସମେତ ଗୋଟିଏ ମୋଟର ସାଇକେଲ ଅଭିଯୁକ୍ତ ଙ୍କ ଠାରୁ ଜବତ କରାଯାଇଛି।ଏହା ସହ ବିକ୍ରି ପାଇଁ ମହଜୁଦ ଥିବା ୫୦୦ ଲିଟର ମଦ ଯାହାର ଆନୁମାନିକ ମୁଲ୍ୟ ଅଢେ଼ଇ ଲକ୍ଷ ଟଙ୍କା ର ମଦ କୁ ପୋଲିସ ଜବତ କରିଛି।ଉଲ୍ଲେଖଯୋଗ୍ୟ ଯେ,ଗତ ସୋମବାର ଦିନ ଟେଲିଫୋନ ଭବନ ନିକଟସ୍ଥ ବନ୍ଦ ଥିବା ଏକ ବିଦେଶୀ ମଦ ଦୋକାନ ରେ ଚାଲିଥିବା ବେଆଇନ କାରବାର ର ତଥ୍ୟ ସଂଗ୍ରହ କରୁଥିବା ବେଳେ ଅବକାରୀ କନେଷ୍ଟବଳ ସବ୍ୟସାଚି ମିଶ୍ର ଙ୍କୁ ଅଭିଯୁକ୍ତ ମାନେ ଆକ୍ରମଣ କରିଥିଲେ।ଏହା ସହ ତାଙ୍କ ଠାରୁ ପରିଚୟପତ୍ର, ଟଙ୍କା, ମୋବାଇଲ ଛଡାଇ ନେଇଯାଇଥିଲେ।ସୁଚନା ପ୍ରକାର ରେ ଦଶହରା ଉପଲକ୍ଷେ ସହର ର ସମସ୍ତ ମଦ ଦୋକାନ ସଂନ୍ଧ୍ୟା ପୂର୍ବରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଥିବା ବେଳେ ଚୋରା ରେ ମଦ ବିକ୍ରି ହେଉଥିଲା।ପୂର୍ବରୁ ସିଲ୍ ହୋଇଥିବା ମଦ ଦୋକାନ ରେ ଚୋରା ରେ ମଦ ବିକ୍ରି ଖବର ମିଳିବା ପରେ କନେଷ୍ଟବଳ ସବ୍ୟସାଚୀ ମିଶ୍ର ସେଠାରେ ସାଧା ପୋଷାକ ରେ ପହଞ୍ଚି ତଥ୍ୟ ସଂଗ୍ରହ ସହ ଚୋରା କାରବାର ର ଭିଡିଓ ଉତ୍ତୋଳନ କରୁଥିଲେ।ଏହି ସମୟରେ ଅଭିଯୁକ୍ତ ମାନେ ତାଙ୍କୁ ଆକ୍ରମଣ କରିଥିଲେ।ଘଟଣା କୁ ନେଇ ସବ୍ୟସାଚୀ ଟାଉନ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ।ଆଜି ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି।ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ତୁମ୍ବେଶ୍ବର ପାତ୍ର ନାମରେ ବିଭିନ୍ନ ଥାନା ବହୁତ ମାମଲା ରହିଛି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!