Home ବ୍ରହ୍ମପୁର ସ୍ପେଶାଳ ଜୁଆ ଆଡ୍ଡା ଚଢ଼ାଉ, ଲକ୍ଷାଧିକ ଟଙ୍କା ସହ ଗାଡି, ମୋବାଇଲ ଜବତ

ଜୁଆ ଆଡ୍ଡା ଚଢ଼ାଉ, ଲକ୍ଷାଧିକ ଟଙ୍କା ସହ ଗାଡି, ମୋବାଇଲ ଜବତ

0
7

ବ୍ରହ୍ମପୁର,୧୬/୧୦/୨୦୨୪: ବ୍ରହ୍ମପୁର ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳ ରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯିବା ସହ ୧୭ ଟି ମାମଲା ରୁଜୁ କରିଛି।ସେଥି ମଧ୍ୟରେ ଗୋଳନ୍ଥରା ଥାନା ଅଧିନରେ ସର୍ବାଧିକ ୬ଟି ମାମଲା ରୁଜୁ ହୋଇଥିବା ବେଳେ ଗୋପାଳପୁର ଥାନା,ସଦର ଥାନା, ବୈଦ୍ୟନାଥ ପୁର ଥାନା, ଗୋଷାଣୀନୂଆଗାଁ ଥାନା ଅଧିନ ରେ ୨ ଟି ଲେଖାଏଁ ମାମଲା ଏବଂ ନିମଖଣ୍ଡି ଥାନା, ଦିଗପହଣ୍ଡି ଥାନା, ବଡବଜାର ଥାନା ଅଧିନ ରେ ଗୋଟିଏ ଲେଖାଏଁ ମାମଲା ରୁଜୁ କରାଯାଇଛି।ଗତ ଦଶ ଦିନ ମଧ୍ୟରେ ଚଢ଼ାଉ ହେଉଥିବା ଜୁଆ ଆଡ୍ଡା ରୁ ୧୦୨ ଜଣ ଙ୍କୁ ଅଟକ ରଖା ଯିବା ସହ ମୋଟ ୬ଲକ୍ଷ ୭ହଜାର ୯୬୦ ନଗଦ ଟଙ୍କା,୭୫ ଟି ମୋବାଇଲ ଫୋନ ଏବଂ ୨୩ ଟି ମୋଟର ସାଇକେଲ ଜବତ ହୋଇଥିବା ବ୍ରହ୍ମପୁର ପୋଲିସ ପକ୍ଷରୁ ସୁଚନା ଦିଆଯାଇଛି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!