ଏନଏସଏସ ପୁରୁଷ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଶିବିର

0
14

ପୋଲସରା , ୧୯/୧୦/୨୪ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନଏସଏସ) ପୁରୁଷ ବିଭାଗ ପକ୍ଷରୁ ୧୩/୧୦/୨୪ ତାରିଖ ଠାରୁ ୧୯/୧୦/୨୪ ତାରିଖ ପର୍ଯନ୍ତ ସମୂହ ଚାରା ରୋପଣ ସ୍ବତନ୍ତ୍ର ଶିବିର ଅନୁଷ୍ଠିତ ହୋଯାଇଅଛି। ଅକ୍ଟୋବର ୧୩ ତାରିଖରୁ ଆରମ୍ଭ ହୋଇଥିବା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅକ୍ଟୋବର ୧୯ ତାରିଖ ଦିନ ଶେଷ ହୋଇଛି। ଉଦଯାପନୀ ଦିବସରେ କଲେଜର ପ୍ରିନ୍ସପାଲ ରବିନ୍ଦ୍ର ନାଥ ପାଳ ଅଧ୍ୟକ୍ଷତା କରିଥିବା ବେଳେ ଅର୍ଥନୀତି ବିଭାଗର ଅଧ୍ୟାପକ ଡକ୍ଟର ମନୋଜ କିମାର ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ। ସପ୍ତାହ ବ୍ୟାପି ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମୁଦାୟ ଦୁଇ ଶହ ଚାରା ଏନଏସଏସ ସ୍ବେଛାସେବୀ ବୃନ୍ଦଙ୍କ ଦ୍ଵାରା ରୋପଣ କରଯାଇଥିଲା। କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ପୁରୁଷ ବିଭାଗର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁ ସଂଯୋଜନା କରିଥିବା ବେଳେ ଏନଏସଏସ ଉଭୟ ବିଭାଗର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ସେକ୍ ଫରିଦ୍ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶିବିରରେ ୫୦ ଜଣ ସ୍ୱେଚ୍ଛାସେବୀ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here