ବୃଷ୍ଟି ହିନତା ପାଇଁ ଜଳସାଇଁ ଉତ୍ସବ ଅନୁଷ୍ଠିତ

0
12

ବ୍ରହ୍ମପୁର,୧୯/୧୦/୨୦୨୪:
ଗୋଳନ୍ଥରା ସ୍ଥିତ ଇସାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୃଷ୍ଟି ହିନତା ଯୋଗୁଁ ଜଳସାଇଁ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହା ଶ୍ରାବଣ ମାସ ପ୍ରଥମ ସପ୍ତାହରୁ ନିୟମ ଅନୁସାରେ ପାଳନ ହୋଇଥାଏ କିନ୍ତୁ ଏହି ବର୍ଷ କୌଣସି କାରଣରୁ ଏହାର ବ୍ୟତିକ୍ରମ ଘଟିଥିଲା। ଆଜି ଗ୍ରାମର ଶତାଧିକ ଲୋକଙ୍କ ଯୋଗଦାନ ଫଳରେ ଘଟେକେଶ୍ୱର ମନ୍ଦିର ପୀଠରେ ଇନ୍ଦ୍ର ପୂଜା ସହିତ ବନସ୍ପତି ବା ବୃକ୍ଷପୂଜା ସହିତ ହୋମ ଯଜ୍ଞ ଅନୁଷ୍ଠିତ ହେବା ପରେ ଗୋଳନ୍ଥରା ଗ୍ରାମ୍ୟ ପରିଚାଳନା କମିଟି ପକ୍ଷରୁ ପରମ୍ପରା ଅନୁସାରେ ପୂଜାରୀ ମାନଙ୍କ ଦ୍ଵାରା ୧ହଜାର ୮କଳସ ରେ ଜଳାଭିଷେକ, ବୃଷ୍ଟିହବନ ଏବଂ ପୂଜାର୍ଚ୍ଚନା ହୁଏ।୧୦୦୮କଳସ ଜଳ ଦ୍ବାରା ଶିବଲିଙ୍ଗକୁ ଜଳମଗ୍ନ କରାଯାଇ ବୃଷଭ ମୂର୍ତ୍ତି କୁ ଦଉଡ଼ି ସାହାଯ୍ୟରେ ବନ୍ଧାଯାଇ ମନ୍ଦିର ପରିସର ରେ ଥିବା ଛଡ଼ା ଯାଇଥାଏ। ଏହାର ପରମ୍ପରା ଅନୁଯାୟୀ ଭକ୍ତ ମାନଙ୍କ ମନରେ ବିଶ୍ୱାସ ଥାଏ। ଭକ୍ତ ମାନଙ୍କ ଗହଣରେ ଅନାବୃଷ୍ଠି ନିବାରଣ ପାଇଁ ଏହି କାର୍ଯ୍ୟକ୍ରମ ହୋଇଥାଏ ବୋଲି ମୁଖ୍ୟ ପଣ୍ଡିତ ଅଶୋକ କୁମାର ପାଢ଼ୀ କହିଛନ୍ତି। ହରିନାମ କୀର୍ତ୍ତନ ସହିତ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକାର ଙ୍କ ବାଣିଜ୍ୟ ପରିବହନ ଓ ଖଣି ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ଅଂଚଳରେ ଅନାବୃଷ୍ଟି ଯୋଗୁଁ ଧାନ ଫସଲ ପ୍ରଭାବିତ ହୋଇ ନଷ୍ଟ ହେବାକୁ ଯାଉଛି ଏହି ସମୟରେ ଘଟକେଶ୍ୱର ଜଳ ପ୍ରକଳ୍ପ ନିକଟକୁ ଯାଇ ପାଣି କିପରି ଜମିରେ ମାଡ଼ିବ ସେ ନେଇ ଋଷିକୂଲ୍ୟା, ବାହୁଦା, ବଂଶଧାରା, ନାଗାବଳୀ ଅବବାହିକା ର ଚିଫ୍ ଇଞ୍ଜିନିୟର ସଞ୍ଜୀବ କୁମାର ଦାସବର୍ମା, ଏସଡିଓ.ରମାକାନ୍ତ ମଲ୍ଲିକ, କନିଷ୍ଠ ଯନ୍ତ୍ରୀ ପ୍ରହଲ୍ଲାଦ ପଣ୍ଡା, ଓସିସି ମ୍ୟାନେଜର ଗୋବିନ୍ଦ ସାଠୁଆଙ୍କ  ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଯଥେଷ୍ଟ ପାଣି ନାଳ ଦେଇ ଛାଡ଼ିବା ପାଇଁ ପରାମର୍ଶ ଦେଇଥିଲେ। ଏହି ସମୟରେ ଗ୍ରାମର ପୁରୋହିତ ବୁଲୁ ଶତପଥି, କମିଟି ମାନଙ୍କ ମଧ୍ୟରେ ସଭାପତି ବିନୋଦ ଚନ୍ଦ୍ର ମିଶ୍ର,ସଂପାଦକ ଗୁଲାପ ଚନ୍ଦ୍ର ଜେନା, ରମାକାନ୍ତ ପ୍ରଧାନ, ନିଳେନ୍ଦ୍ର କୁମାର ଜେନା, ଟୁନା ଜେନା, ଭଗବାନ ବାଡ଼ତ୍ୟା, ଦୀପକ କୁମାର ଜେନା,ବିଜୟ ବରଡ, ନିରଞ୍ଜନ ବେହେରା ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here