ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ:ସ୍ୱତନ୍ତ୍ର ରିଲିଫ କମିଶନର

0
10

ଭୁବନେଶ୍ୱର,୨୦/୧୦/୨୦୨୪:
ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି।ଜନସାଧାରଣ ସତର୍କ ରୁହନ୍ତୁ, ଅଯଥା ଭୟଭୀତ ହୁଅନ୍ତୁନି। ସମ୍ଭାବ୍ୟ ବାତ୍ୟାକୁ ନେଇ ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ସେ କହିଛନ୍ତି ଯେ, ଲଘୁଚାପ ଅବପାତର ରୂପ ନେବ। ଅବପାତର ରୂପନେଇ ଓଡ଼ିଶା-ପଶ୍ଚିମବଙ୍ଗ ମୁହାଁ ହେବ। ଏହାର ପ୍ରଭାବରେ ୨୩ରୁ ଅତି ପ୍ରବଳ ବର୍ଷା ଆରମ୍ଭ ହୋଇଯିବ। ଏହାପରେ ଅବପାତ ବାତ୍ୟାର ରୂପ ନେଇପାରେ। ବାତ୍ୟା ହେବ କି ନାହିଁ ସ୍ପଷ୍ଟ ସୂଚନା ନାହିଁ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ୨୩ରୁ ୨୫ ତାରିଖ ଯାଏ ୩ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ। ପୁରୀ, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷିବ। ସେପଟେ ୫ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଲା କେନ୍ଦ୍ରାପଡା, କଟକ, ନୟାଗଡ଼, ବାଲେଶ୍ୱର, ମୟୂରଭଞ୍ଜ, ଗଜପତି ଓ କନ୍ଧମାଳ। ଆଇଏମ୍‌ଡି
ସୁଚନା ଅନୁଯାୟୀ ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଏ ନେଇ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ବର୍ତ୍ତମାନ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିି ହେବ। ୨୨ ତାରିଖରେ ଏହା ଘନୀଭୂତ ହୋଇ ଡିପ୍ରେସନ୍ ରେ ପରିଣତ ହେବ।୨୩ ତାରିଖ ସକାଳେ ଅବପାତ ଅଧିକ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ। ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ସମ୍ଭାବ୍ୟ ବାତ୍ୟା। ୨୪ ତାରିଖ ସକାଳେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏ ନେଇ ଆଇଏମଡି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅବପାତର ପ୍ରଭାବରେ ଆସନ୍ତା ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶା ସହ ପାଶ୍ୱର୍ବର୍ତ୍ତୀ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଏବଂ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

LEAVE A REPLY

Please enter your comment!
Please enter your name here