ଅଭିନେତା ବୁଦ୍ଧାଦିତ୍ୟଙ୍କ କ୍ଷମା ପ୍ରାର୍ଥନା

0
10

ଭୁବନେଶ୍ୱର,୨୧/୧୦/୨୦୨୪:
ରାହୁଲ ଗାନ୍ଧିଙ୍କୁ ନେଇ ଅଭିନେତା ବୁଦ୍ଧାଦିତ୍ୟଙ୍କ ସୋସିଆଲ ମିଡିଆ ପୋଷ୍ଟ ପ୍ରସଙ୍ଗ ରେ କ୍ଷମା ପ୍ରାର୍ଥନା ମାଗିଛନ୍ତି। ଏଭଳି ପୋଷ୍ଟ ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ପୋଷ୍ଟ ତୁରନ୍ତ ହଟାଇଥିବା କହିଲେ ବୁଦ୍ଧାଦିତ୍ୟ । ଭୁଲ୍ ବଶତଃ ଏଭଳି ପୋଷ୍ଟ କରିଥିଵା କହିଲେ ବୁଦ୍ଧାଦିତ୍ୟ । ସମଗ୍ର କଂଗ୍ରେସ ପରିବାର ଓ ରାହୁଲଙ୍କୁ କ୍ଷମା ପ୍ରାର୍ଥନା କଲେ ବୁଦ୍ଧାଦିତ୍ୟ । ଏଭଳି ଭୁଲ୍ ନହେବା ପାଇଁ ଆଗକୁ ସତର୍କ ରହିଵି ବୋଲି କହିଛନ୍ତି ବୁଦ୍ଧାଦିତ୍ୟ।

ସୂଚନା ଥାଉକି, ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ସୋସିଆଲ ମିଡିଆରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଫଟୋ ସହ ପୋଷ୍ଟ କରିଥିଲେ । ନିଜ ଫେସବୁକ ପୋଷ୍ଟରେ ବୁଦ୍ଧାଦିତ୍ୟ ଲେଖିଥିଲେ ବିଷ୍ଣୋଇ, ବାବା ସିଦ୍ଧିକିଙ୍କୁ ମର୍ଡର କଲା ପରେ ଏବେ ଓଏସି ଓ ରାହୁଲ ଗାନ୍ଧୀଙ୍କ ପାଳି । ଏହି ପୋଷ୍ଟକୁ ନେଇ ସୋସିଆଲ ମିଡ଼ିଆରେ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଏଭଳି ମନ୍ତବ୍ୟ ପାଇଁ ଓଡ଼ିଶା ଛାତ୍ର କଂଗ୍ରେସ ଥାନାରେ ଅଭିଯୋଗ କରିବା ସହିତ ତୁରନ୍ତ ବୁଦ୍ଧାଦିତ୍ୟଙ୍କୁ ଗିରଫ ପାଇଁ ଦାବି କରିଛି । ଯାହାକୁ ନେଇ ତାତିଥିଲା ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଥିଲେ ବୁଦ୍ଧାଦିତ୍ୟ ସୋସିଆଲ ମିଡିଆରେ କ୍ଷମା ମାଗନ୍ତୁ । ନହେଲେ ଆଗାମୀ ଦିନରେ ତାଙ୍କୁ ବାଟ ଚଲାଇ ଦେବୁନାହିଁ । କାଳି ମାଡ଼ କରିବୁ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଥିଲା । ସେପଟେ ବୁଦ୍ଧାଦିତ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, କଂଗ୍ରେସକୁ ଆକ୍ଷେପ କରିବା ମୋର କୌଣସି ଉଦ୍ଦେଶ୍ୟ ନୁହେଁ । ମୋ ପୋଷ୍ଟକୁ ଭୁଲ୍ ଅର୍ଥରେ ନେଇଛନ୍ତି କଂଗ୍ରେସ କର୍ମୀ । ହେଲେ ଏବେ ସେ କ୍ଷମା ମାଗିଛନ୍ତି

LEAVE A REPLY

Please enter your comment!
Please enter your name here