ପୋଲସରା ବ୍ଲକ ସମ୍ଭାବ୍ୟ ବାତ୍ୟା “ଦାନା” ପାଇଁ ପ୍ରସ୍ତୁତ

0
9

ପୋଲସରା , ୨୨/୧୦/୨୪ : ସମ୍ଭାବ୍ୟ ବାତ୍ଯା “ଦାନା” ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବା ବେଳେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକର ସମସ୍ତ ବିଭାଗ ସଜାଗ ରହିଥିବା ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ପ୍ରକାଶ କରିଛନ୍ତି। ସମ୍ଭାବ୍ୟ ବାତ୍ୟା “ଦାନା” ର ସଫଳ ମୁକାବିଲା ପାଇଁ ବିଡ଼ିଓ ଶ୍ରୀ ଜାନୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ବିଭାଗ ଓ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ବୃନ୍ଦ ଏହି ବୈଠକରେ ଯୋଗଦେଇ ସମ୍ଭାବ୍ୟ ବାତ୍ୟା “ଦାନା” ର ମୁକାବିଲା ପାଇଁ ଆଲୋଚନା କରି କାର୍ଯ୍ୟକ୍ରମ ସ୍ଥିର କରିଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ୩୬ ଗୋଟି ଅନୁଷ୍ଠାନକୁ ବାତ୍ୟା ଆଶ୍ରୟ ସ୍ଥଳୀ ଭାବେ ସ୍ଥିର କରିଥିବା ବେଳେ ସମସ୍ତ ବିଭାଗ ଓ ଲାଇନ ଡିପାର୍ଟମେଣ୍ଟକୁ ସର୍ବଦା ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସମ୍ଭାବ୍ୟ ବାତ୍ଯା “ଦାନା” ସମୟରେ ବନ୍ୟା ହେବା ଆଶଙ୍କା ଥିବାରୁ ଜଳସେଚନ ବିଭାଗ ସତର୍କ ରହିବା ସହ ମୁକାବିଲା କରିବା ନିମନ୍ତେ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ବୃନ୍ଦ ବୋଟ, କଟର ମେସିନ, ଜାକେଟ ପ୍ରଭୃତି ସରଞ୍ଜାମ ଏକାଠି କରି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କର୍ମଚାରୀ ଙ୍କ ଛୁଟି ବାତିଲ ସହ ହେଡ କ୍ୱାଟର ଛାଡି ନଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଓ ଅକ୍ଟୋବର ୨୩, ୨୪ ଓ ୨୫ ତାରିଖ ତିନି ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ବିଡ଼ିଓ ଶ୍ରୀ ଜାନୀ ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here