ସମ୍ଭାବ୍ୟ ବାତ୍ୟା ପାଇଁ ମୁହାଣ ରେ ବାଲିବସ୍ତା ପକାଇ ବନ୍ଧ ବାନ୍ଧିଲେ ଗ୍ରାମବାସୀ

0
7

ବ୍ରହ୍ମପୁର, ୨୨/୧୦/୨୦୨୪:ସମ୍ଭାବ୍ୟ ବାତ୍ୟା ପ୍ରଭାବ ରେ ଗଞ୍ଜାମ ଉପକୂଳ ରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି। ଏଭଳି ସ୍ଥିତି ରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମାର୍କଣ୍ଡି ଗ୍ରାମର ସମୁଦ୍ର କୂଳରେ ଥିବା ମୁହାଣ ରେ ବାତ୍ୟା ଜନିତ ଜୁଆର ଓ ବର୍ଷାଜଳ କୁ ଆଖି ଆଗରେ ରଖି ଶତାଧିକ ମତ୍ସ୍ୟଜୀବୀ ସମୁଦ୍ର ଏବଂ ମୁହାଣ ମଝିରେ ବାଲିବସ୍ତା ପକାଇ ବନ୍ଧ ବାନ୍ଧିଲେ ।ହଜାର ହଜାର ମତ୍ସ୍ୟଯିବି ଙ୍କ ପାଇଁ ଜେଟି ନଥିବା ଯୋଗୁଁ ଏଭଳି ଅସ୍ଥାୟୀ ବନ୍ଧ ବାନ୍ଧିଛନ୍ତି। ଦୁଇ ଦିନ ତଳୁ ଏହି ବାଲି ବସ୍ତା ସାତ ଫୁଟ ଉଚ୍ଚତାରେ ବାଲି ବସ୍ତା ପକାଇ ବନ୍ଧ ବାନ୍ଧି ଥିଲେ କିନ୍ତୁ ବଡ଼ ଜୁଆର ମାଡି ବାଲି ବସ୍ତା ଗୁଡ଼ିକ ଜୁଆର ମାଡି ଭସାଇ ନେଇଥିଲା। ତଥାପି ଆମ୍ଭେ ମାନେ ନିଜର ଜୀବନ ଜୀବିକା ପାଇଁ ବନ୍ଧ ବାନ୍ଧି ରଖିଛୁ। କେବଳ ତିନି ମାସ ମାଛ ମାରିବା ପାଇଁ ଏହି ବାଲି ବସ୍ତା ପକାଇ ବନ୍ଧ ନିର୍ମାଣ କରୁଛୁ।ଆଗକୁ ବଡ଼ ବର୍ଷା ଜଳକୁ ଉପକୂଳ ରୁ ସମୁଦ୍ର ରେ ନ ଛାଡିବା ପାଇଁ ଏଭଳି ବନ୍ଧ ବନ୍ଧା ଯାଇଛି ବୋଲି ଗ୍ରାମର ବି. ରୁଦ୍ରାୟା, ଏନ୍. ଯୋଗାରାଓ, ଜି. ଉମାପତି, ପି. ତୁଳୁସାୟା,ଏମ.କାଳିଆ,ଏମ.କାଶୀ ମତ୍ସ୍ୟଜୀବି ମାନେ ନିଜର ମତ ରଖିଛନ୍ତି, ଯଦ୍ୱାରା କି ମୁହାଣ ରେ ବର୍ଷା ଜଳ ଅଧିକ ହେଲେ ଡ଼ଙ୍ଗା ନେବା ଆଣିବାରେ ସଫଳ ହେବେ ମସ୍ୟଯିବି। ଡ଼ଙ୍ଗା ସୁରକ୍ଷିତ ରଖିବା ଜୁଆର ମାଡରୁ ରକ୍ଷା ପାଇବା ନିମନ୍ତେ ଏହି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି।ପୂର୍ବ ରୁ ବର୍ଷ ବର୍ଷ ଧରି ସରକାର କୁ ବାରମ୍ବାର ଗୁହାରି କରିବା ସତ୍ୱେ ଗତ ସରକାର ଜେଟି ନିର୍ମାଣ କଲେ ନାହିଁ ଯାହା ଦ୍ୱାରା ଆଜି ନିଜେ ନିଜ ଖର୍ଚ୍ଚ ରେ ବାଲିବସ୍ତା ସହ ଜେସିବି ସାହାର୍ଯ୍ୟ ନେଇ ବନ୍ଧ ବାନ୍ଧିଥିବା ସୂଚନା ଦେଇଛନ୍ତି ଗ୍ରାମବାସୀ।ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମାର୍କଣ୍ଡି ଗ୍ରାମର ସମୂଦ୍ର କୁଳର ଦୃଶ୍ୟ। ପ୍ରାୟ ୧୦ଖଣ୍ଡ ଗାଁ ଡିଗପୁର, ମାର୍କଣ୍ଡି, ନୂଆଁ ଗୋଳାବନ୍ଧ, ଗାରମାପେଟା, ପୁରୁଣା ଗୋଳାବନ୍ଧ, ବକ୍ସିପଲ୍ଲୀ, ଭେଙ୍କଟରାୟପୁର,ଏକସିଂ,ଦୟାନିଧିପେଣ୍ଠ, ରାମେୟା ପାଟଣା ଗ୍ରାମର ର ୩୦ହଜାର ମସ୍ୟଜୀବୀ ମାନେ ନିଜର ଜୀବନ ଜୀବିକା ପାଇଁ ଏଠାରେ ନିର୍ଭରଶିଳ ହୁଅନ୍ତି।ଏମିତି କି ଜେଟି ନଥିବାରୁ ମାଛ ନ ଧରିବା ଯୋଗୁଁ ଶତାଧିକ ମତ୍ସ୍ୟଯିବି ଗାଁ ଛାଡି ଦାଦନ ମୁହାଁ ହେଇଥିବା କହିଛନ୍ତି ଅଞ୍ଚଳବାସୀ ।ଏଭଳି ପ୍ରତିବର୍ଷ ନିଜ ଖର୍ଚ୍ଚ ରେ ଏଭଳି ବନ୍ଧ ବାନ୍ଧିବାକୁ ପଡୁଛି ବୋଲି କହିଛନ୍ତି ଗ୍ରାମବାସୀ, ଏମିତି କି ରାଜ୍ୟରେ ନୂଆ ସରକାର ଆସିଥିବା ହେତୁ ଏଭଳି ସମସ୍ୟା ରୁ ସ୍ଥାୟୀ ସମାଧାନ ବା ଜେଟି ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ

LEAVE A REPLY

Please enter your comment!
Please enter your name here