Home ବ୍ରହ୍ମପୁର ସ୍ପେଶାଳ ଉପକୂଳ ଅଞ୍ଚଳ ଗସ୍ତ କରି ବାତ୍ୟା “ଦାନା” ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ବିଭୂତି ଭୂଷଣ...

ଉପକୂଳ ଅଞ୍ଚଳ ଗସ୍ତ କରି ବାତ୍ୟା “ଦାନା” ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

0
5

ବ୍ରହ୍ମପୁର,୨୪/୧୦/୨୦୨୪:ଗଞ୍ଜାମ ଜିଲ୍ଲା ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା “ଦାନା” କୁ ନେଇ ସ୍ଥିତି ଅନୁଧ୍ୟାନ କଲେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଜିଲ୍ଲାର ସମୁଦ୍ର କୁଳବର୍ତୀ ଅଞ୍ଚଳ ଗୋପାଳପୁର, ଆର୍ଯ୍ୟପଲି,ମାର୍କୋଣ୍ଡି ,ପୋଡ଼ମପେଟା,ରାମେୟlପାଟଣା ,ଖଲିକଟ ରେ ଥିବା ବିଭିନ୍ନ ଆଶ୍ରୟସ୍ଥଳୀ ବୁଲି ଦେଖିବା ସହ ଆଶଙ୍କା ରେ ଥିବା ତୋଳିଆ ଅଞ୍ଚଳ ଲୋକଙ୍କୁ ସୁରକ୍ଷିତ ଭାବେ ଜିଲ୍ଲା ପ୍ରଶାସନ ତରଫରୁ ଚିହ୍ନଟ କରାଯାଇଥିବା ବିଭିନ୍ନ ଆଶ୍ରୟ ସ୍ଥଳୀ ରେ ପହଞ୍ଚେଇବା ପାଇଁ ସ୍ଥାନୀୟ ଯୁବପିଢ଼ି ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟବସ୍ଥା ନିରୀକ୍ଷଣ କରି ଲୋକମାନଙ୍କ ପାଇଁ ଆବଶ୍ୟକୀୟ ଔଷଧ ଓ ଶୁଖିଲା ଖାଦ୍ୟ ସାମଗ୍ରୀ ମହଜୁତ ରଖାଯାଇଥିବା ସ୍ଥାନରେ ତଦାରଖ କରିଥିଲେ ଏବଂସମସ୍ତ ପ୍ରକାରର ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ସଜାଗ ଥିବା କହିଥିଲେ ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା । ପ୍ରଥମେ ସମୁଦ୍ର କୂଳବର୍ତ୍ତୀ ମାର୍କୋଣ୍ଡି ଅଞ୍ଚଳରେ ପହଞ୍ଚି ବାତ୍ୟା “ଦାନା” କୁ ନେଇ ଜନସଚେତନତା କରେଇବା ସହ ଏହା ସମ୍ବନ୍ଧୀୟ ପ୍ରସ୍ତୁତି ଓ ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟବସ୍ଥା ନିରୀକ୍ଷଣ କରି ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ଥିଲେ।ଏହି ଗସ୍ତ ସମୟରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଉପଜିଲ୍ଲାପାଳ ଦୀନା ଦିସ୍ତାଗିର ଙ୍କ ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!