ଭଞ୍ଜନଗର ଉପଜିଲ୍ଲାପାଳଙ୍କ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ,ମଧ୍ୟାହ୍ନ ସୁଦ୍ଧା ୧୮୩୫ ଲୋକ ସ୍ଥାନାନ୍ତର

0
2

ଭଞ୍ଜନଗର, ୨୪/୧୦/୨୦୨୪:ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡରେ ବାତ୍ୟା ଦାନାର ତିବ୍ରତା ଓ ପ୍ରଭାବ କେତେ ରହିବ ତାହା ଆକଳନ ହୋଇ ପାରିନଥିଲେ ମଧ୍ୟ ଏହାର ସଫଳ ମୁକାବିଲା ପାଇଁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି।ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ୍ ଲାଇନ୍ ନମ୍ବର ଜାରି ହୋଇଛି।ଏହା ସହ ପ୍ରତି ବ୍ଲକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।ଗୁରୁବାର ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଛନ୍ତି। ମଧ୍ୟାନ୍ନ ସୁଦ୍ଧା ଉପଖଣ୍ଡ ଅଧିନ ୮ଟି ବ୍ଲକର ୧୮୩୫ ଜଣ ଲୋକଙ୍କୁ ୨୬ ଟି ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେହିପରି ୩୦୦ ରୁ ଉର୍ଦ୍ଧ୍ବ ପ୍ରସୁତି ମହିଳା ଙ୍କୁ ମଧ୍ୟ ନିକଟସ୍ଥ ମେଡିକାଲରେ ରଖାଯାଇଛି।ଶୂନ୍ୟ ମୃତାହତ,ସ୍ଥାନାନ୍ତର ଓ ଉଦ୍ଧାରକାର୍ଯ୍ୟ କୁ ଉପଖଣ୍ଡ ପ୍ରଶାସନ ଗୁରୁତ୍ୱ ଦେଇଛି।ଉପଖଣ୍ଡ ଅଧିନ ଭଞ୍ଜନଗର ବ୍ଲକର ୫୧୮,ଆସିକାର ୨୨୦,ଧରାକୋଟର ୨୮୦,ଶେରଗଡର ୧୫୦,ସୋରଡାର ୪୮୦,ବୁଗୁଡାର ୧୧୨,ବେଲଗୁଣ୍ଠା ର ୬୦ ଓ ଜଗନ୍ନାଥପ୍ରସାଦ ବ୍ଲକର ୧୫ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରି ରଖାଯାଇଛି।ଏହା ସହ ଉପଖଣ୍ଡ ର ବିଭିନ୍ନ ବିଦ୍ୟାଳୟ କୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ରୁପେ ବ୍ୟବହାର କରାଯାଇଛି। ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଉଭୟ ଶୁଖିଲା ଓ ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ପର୍ଯ୍ୟାପ୍ତ ପରିମାଣର ମହଜୁଦ ରଖାଯାଇଛି। ଉପଖଣ୍ଡର ପ୍ରାୟ ୩୦୦ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ସେଥି ମଧ୍ୟରୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ୧୦ ଜଣ ମହିଳା ପ୍ରସବ କରିଥିବା ମେଡିକାଲ ସୁତ୍ରରୁ ସୁଚନା ମିଳିଛି।ରୋଗାଗ୍ରସ୍ଥ,ବୃଦ୍ଧବୃଦ୍ଧା,ପ୍ରସୂତି,ଦୁର୍ବଳ ଶିଶୁଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି।କୌଣସି ସ୍ବାସ୍ଥ୍ୟ ସମସ୍ୟା ଉପୁଜିଲେ ସ୍ବାସ୍ଥ୍ୟ ବିଭାଗ ର ଟିମ୍ ଯଥାଶୀଘ୍ର ପହଞ୍ଚିବା ର ବ୍ୟବସ୍ଥା କରାଯାଇଛି। ଗୁରୁବାର ଉପଜିଲ୍ଲାପାଳ ଶ୍ରୀ ସେଠୀଙ୍କ ସମେତ ଭଞ୍ଜନଗର ତହସିଲଦାର ଉମାଶଙ୍କର ବେହେରା, ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର,ବେଲଗୁଣ୍ଠା ବିଡିଓ ଭାରତି ଦେବି,ତହସିଲଦାର କଳାକୃଷ୍ଣ ପ୍ରଧାନ ପ୍ରମୁଖ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ

LEAVE A REPLY

Please enter your comment!
Please enter your name here