ମିଶନ ଶକ୍ତି ଅଧିକାରୀଙ୍କୁ ଛୁରୀ ମାଡ଼, ଖେଳ ଶିକ୍ଷକଙ୍କୁ ଜେରା

0
5

ବୁଗୁଡା ୨୪/୧୦/୨୪ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ମିଶନ ଶକ୍ତିର ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ (ବି.ପି.ସି) ସନୋଜ କୁମାର ଜେନାଙ୍କୁ ମାଣିତରା ପଞ୍ଚାୟତ ଅନ୍ତର୍ଗତ ନଗୁଡୁ ନଟବର ଶିକ୍ଷା ନିକେତନ (ସରକାରୀ ହାଇ ସ୍କୁଲ) ର କ୍ରୀଡା ଶିକ୍ଷକ ଦଣ୍ଡପାଣି ସ୍ୱାଇଁ ଗାଳିଗୁଲଜ କରିବା ସହ ଛୁରୀ ମାଡ଼ କରିଥିବା ନେଇ ଶ୍ରୀ ଜେନାଙ୍କ ଅଭିଯୋଗ କ୍ରମେ ବୁଗୁଡା ଥାନା କେଶ ନଂ ୪୭୩/୨୪ ପ୍ରକାରେ ଏକ ମାମଲା ରୁଜୁ ହୋଇଅଛି। ଘଟଣାରୁ ଜଣାପଡିଛିଯେ ଅକ୍ଟୋବର ୧୮ ତାରିଖ ଦିନ ଏମବିକେ ବୃନ୍ଦଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ବୈଠକରେ ମାଣିତରା ପଞ୍ଚାୟତର ଏମବିକେ ରଶ୍ମିତା ସାମଲ ବୈଠକରେ କୌଣସି ସୂଚନା ନଦେଇ ଅନୁପସ୍ଥିତ ଥିଲେ। ଯାହା ଫଳରେ ବୁଗୁଡା ପଞ୍ଚାୟତ ସମିତି ପତ୍ର ସଂଖ୍ୟା ୨୭୭୭, ତା୧୯/୧୦/୨୪ ରିଖ ପ୍ରକାରେ କାରଣ ଦର୍ଶାଅ ନୋଟିସ ପ୍ରଦାନ କାରାଯାଇଥିଲା। ଏମବିକେ ରଶ୍ମିତା ସାମଲଙ୍କୁ କାହିଁକି କାରଣ ଦର୍ଶାଅ ନୋଟିସ ଦେଲ ବୋଲି କ୍ରୀଡା ଶିକ୍ଷକ ଦଣ୍ଡପାଣି ସ୍ୱାଇଁ ବିପିସି ସନୋଜ କୁମାର ଜେନାଙ୍କୁ ପଚାରିବା ସହ ଗାଳିଗୁଲଜ କରିଥିଲେ। ଶ୍ରୀ ଜେନା ଅଫିସରେ ତାଲା ପକାଇ ବାହାରିବା ବେଳେ କ୍ରୀଡା ଶିକ୍ଷକ ଦଣ୍ଡପାଣି ସ୍ୱାଇଁ ଏକ ଛୁରୀ ଦ୍ୱାରା ଆକ୍ରମଣ କରିଥିଲେ। ଯାହା ଫଳରେ ବିପିସି ସନୋଜ କୁମାର ଜେନାଙ୍କ ବାମ ହାତରେ ଆଘାତ ଲାଗିଥିବାରୁ ବୁଗୁଡା ମେଡ଼ିକାଲକୁ ଯାଇ ଚିକିତ୍ସା ହୋଇଥିଲେ। ଏହି ବିଷୟ ନେଇ ଶ୍ରୀ ଜେନା , ବୁଗୁଡା ବିଡ଼ିଓ ଦାୟିତ୍ୱରେ ଥିବା ବୁଗୁଡା ତହସିଲଦାରଙ୍କ ସହ ଆଲୋଚନା କରି ଦଣ୍ଡପାଣି ସ୍ବାଇଁଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ଦେଇଥିଲେ। ବୁଗୁଡା ପୋଲିସ କ୍ରୀଡା ଶିକ୍ଷକ ଦଣ୍ଡପାଣି ସ୍ବାଇଁଙ୍କୁ ପୋଲିସ ଥାନାକୁ ଡକାଇ ପଚରାଉଚରା କରିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here