ଠକେଇ ଅଭିଯୋଗ ରେ ଜଣେ ଗିରଫ

0
2

ବ୍ରହ୍ମପୁର,୨୫/୧୦/୨୦୨୪:ଠକେଇ ଅଭିଯୋଗ ରେ ସଦର ପୋଲିସ ଥାନା ପକ୍ଷରୁ ଜଣଙ୍କୁ ଗିରଫ କରାଯାଇଛି।ଗିରଫ ବ୍ୟକ୍ତି ଜଣକ ସଦର ଥାନା ଅନ୍ତର୍ଗତ ଗୌତମୀ ଗୋଲା ସାହିର ଏସ.ଲୁଲୁ କୁମାର ଦୋରା ବୋଲି ପୋଲିସ ସୁଚନା ଦେଇଛି। ଅଭିଯୁକ୍ତ ଜଣକ ବାପାଙ୍କ ମିଶି ଗତ ମାର୍ଚ୍ଚ ମାସରେ ଉକ୍ତ ଗ୍ରାମର ଟିକିନା ବେହେରା ଙ୍କୁ ଜମି ବିକ୍ରି କରିବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ୧୭ ଲକ୍ଷ ଟଙ୍କା ନେଇଥିଲେ।କିନ୍ତୁ ବର୍ତ୍ତମାନ ସୁଦ୍ଧା ଜମି ବିକ୍ରି ନ କରିବା କିମ୍ବା ଟଙ୍କା ନ ଫେରିବା କାରଣ ରୁ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପ୍ରକାର ରେ ସଦର ଥାନା ପକ୍ଷରୁ ତଦନ୍ତ କରି ଅଭିଯୁକ୍ତ ଏସ.ଲୁଲୁ କୁମାର ଦୋରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି

LEAVE A REPLY

Please enter your comment!
Please enter your name here