ଭାମଶ୍ୟାଳୀ ଗ୍ରାମରେ ମା’ଗଜଲକ୍ଷ୍ମୀ ପୂଜା

0
6

ବୁଗୁଡା , ୨୬/୧୦/୨୪ : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ ଭାମଶ୍ୟାଳୀ ଗ୍ରାମରେ ପୂର୍ବ ବର୍ଷ ଗୁଡିକ ପରି ଚଳିତ ବର୍ଷ ମଧ୍ୟ ମା’ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଅଛି। ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ମହାଆଡମ୍ବର ସହ ଅନୁଷ୍ଠିତ ହୋଇଅଛି। ମା’ଙ୍କ ପୂଜାସହ ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ ପ୍ରଭୃତି ଗ୍ରାମବାସିଙ୍କ ସହଯୋଗରେ ଅନୁଷ୍ଟିତ ହେଉଅଛି। ମା’ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି। ଆଜି ପ୍ରାୟ ଦଶହଜାର ଜନ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା। ପୂଜା ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେଉଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here