ମା’ ଶ୍ୟାମାକାଳୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ ।

0
9

ପୋଲସରା , ୨୬/୧୦/୨୪ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୋଲସରା ବସଷ୍ଟାଣ୍ଡରେ ମା’ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହେବା ପାଇଁ ପୋଲସରା ମା’ ସିଂହାସନୀ ଘରୋଇ ବସ୍ ଓ ମିନିବସ୍ ମାଲିକ ସଂଘ ପକ୍ଷରୁ ଅକ୍ଟୋବର ୨୬ ତାରିଖ ଦିନ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ଏହି କାର୍ଯ୍ୟକ୍ରମ ନିମନ୍ତେ ଏକ କଳସ ଶୋଭାଯାତ୍ରାରେ ବାହାରି ଘଣ୍ଟ ମୃଦଙ୍ଗ ବଜାଇ ନଗର ପରିକ୍ରମା କରିଥିଲେ । ପୋଲସରା ମା ଦକ୍ଷିଣ କାଳୀ ମନ୍ଦିରରୁ ଆଜ୍ଞାମାଳ ଆଣିବା ପରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା । ଉକ୍ତ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ଭି ରାଜେନ୍ଦ୍ର ପ୍ରସାଦ ଦୋରା ଓ ପଣ୍ଡିତ ଭାବରେ ନାରାୟଣ ଆଚାର୍ଯ୍ୟ ଦାୟିତ୍ୱ ସମ୍ପାଦନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଭାପତି ଅନିଲ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରା, ଉପ ସଭାପତି ପ୍ରମୋଦ କୁମାର ସାହୁ, ସମ୍ପାଦକ ସନ୍ତୋଷ କୁମାର ପାତ୍ର, ବୁଗୁଡ଼ା ସଭାପତି ହର ପ୍ରସାଦ ଦାସ, ସମ୍ପାଦକ ଦୀପକ ଦାସ, ସୂର୍ଯ୍ୟ ଗୌଡ଼, ନିଳାଞ୍ଚଳ ପଣ୍ଡା, କୈଳାଶ ସାହୁ, ଯୋଗେନ୍ଦ୍ର ପ୍ରଧାନ, ଜିତେନ୍ଦ୍ର ବେହେରାଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଓ ସମସ୍ତ ବସ ଓ ମିନିବସ ମାଲିକ ମାନେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଭିକାରୀ ଓ ଅଧିକାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here