ଜିଲ୍ଲା ଆଦିବାସୀ ସମାଜର ଜରୁରୀ ବୈଠକ ଅନୁଷ୍ଠିତ

0
4

ରାୟଗଡା,୨୭/୧୦/୨୦୨୪: ରାୟଗଡା ବ୍ଲକ ମୁନିସିପାଲିଟି ବାସିନ୍ଦା ଓ ଆଦିବାସୀ ବୁଦ୍ଧିଜୀବୀ ଏବଂ ଛାତ୍ରମାନଙ୍କୁ ନେଇ ମହାସମାବେଶ ଅନୁଷ୍ଠିତ ହୋଇଯାଇଛି। ରାୟଗଡା ସହର ସ୍ଥିତ ତେଜସ୍ଵୀ ହୋଟେଲ କନଫରେନ୍ସ ହଲ୍ ରେ ଜିଲ୍ଲା ଆଦିବାସୀ ସମାଜ ତରଫରୁ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ରାୟଗଡା ବିଧାୟକ ଶ୍ରୀଯୁକ୍ତ ଆପଲ ସ୍ବାମୀ କାଡ୍ରାକା ସମେତ ଲେମ୍ପ୍ସ ପ୍ରେସିଡେଣ୍ଟ ଚକ୍ରଧର ବିଡିଟା,ଆବଶର ବ୍ୟକ୍ତ ବ୍ୟାଙ୍କ୍ କର୍ମଚାରୀ ଦୁର୍ଗାଚରଣ ମାଣ୍ଡାଙ୍ଗି, ବ୍ଲକ ଉପାଧ୍ୟକ୍ଷ ହରେପ୍ରସାଦ ହେପୃକା, ଜିଲ୍ଲା କଂଗ୍ରେସ ସଭାପତି ଶଙ୍କର ଜିଲାକାରା, ମିନାରାଓ ହିମିରିକା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ। ରାୟଗଡା ଜିଲ୍ଲା ବିଧାନସଭା ବିଧାୟକ ଶ୍ରୀଯୁକ୍ତ ଆପ୍ଲାଶ୍ୱମୀ କାଡ୍ରାକା ତାଙ୍କ ସମ୍ପାଦନାରେ କହିଥିଲେ ସେ ଆଦିବାସୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ଚେଷ୍ଟା କରୁଛନ୍ତି। ଆଗାମୀ ଦିନରେ କରିବା ବୋଲି ପ୍ରତିଶ୍ରୁତି ଦେଇଛନ୍ତି।୧୪ ବର୍ଷକାଳ ଆଦିବାସୀ ମହାସଂଘର ସଭାପତି ଭାବରେ କାର୍ଯ୍ୟତୁଳାଇ ଆସୁଥିଲେ, ବିଧାୟକ ହେଲା ପରେ ସେ ସଭାପତି ପଦରୁ ଇସ୍ତଫା ଦେବେ ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here