ବ୍ରହ୍ମପୁର ପ୍ରେସ କ୍ଲବ ସଦସ୍ୟଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଭଲ ଖେଳାଳି ଙ୍କୁ ଚୟନ କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ

0
4

ବ୍ରହ୍ମପୁର ,୨୭/୧୦/୨୦୨୪:ସ୍ଥାନୀୟ କେସି ହାଇସ୍କୁଲ ଖେଳ ପଡ଼ିଆରେ ବ୍ରହ୍ମପୁର ପ୍ରେସ କ୍ଳବ୍ ପକ୍ଷରୁ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚ୍ ରେ ସଦସ୍ୟମାନେ ଦୁଇଟି ଟିମ୍ ହୋଇ ଖେଳିଥିଲେ। ଗୋଟିଏ ଟିମ୍ ବିଜୟୀ ହୋଇଥିବା ବେଳେ ଅନ୍ୟ ଏକ ଟିମ ରନର୍ ଅପ ହୋଇଛି। ଉଭୟ ଟିମ୍ କୁ ସନ୍ଧ୍ୟାରେ ସଂସ୍କୃତି ଭବନ ପରିସରରେ ଆୟୋଜିତ ଜାତୀୟ ପର୍ଯ୍ୟଟନ ମହୋତ୍ସବରେ ପୁରସ୍କାର ପ୍ରଦାନ କରାଯାଇଛି। କାଳୀ ପ୍ରସାଦ ରଥଙ୍କ ଅଧିନୟକରେ ଟିମ୍ ବିଜୟୀ ହୋଇଥିବା ବେଳେ ମନୋଜ ପଣ୍ଡା ଙ୍କ ଅଧିନାୟକରେ ଟିମ ରନର୍ ଅପ ହୋଇଥିଲା। ସେହିପରି ବ୍ୟାଟିଂ ରେ ରାଜେଶ ପଟ୍ଟନାୟକ, ପ୍ରଭଞ୍ଜନ ମିଶ୍ର , କାଳୀ ଏବଂ ଶକ୍ତି ଭାଇ ଭଲ ପ୍ରଦର୍ଶନ କରିଥିଲେ। ମନୋଜ ପଣ୍ଡା ଙ୍କ ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭର ରେ ୬ ଟି ୱିକେଟ ହରାଇ ୯୩ ରନ୍ ସଂଗ୍ରହ କରିଥିଲେ । କାଳୀ ରଥଙ୍କ ଦଳ ଏହି ରନ୍ କୁ ପିଛା ୪ ଟି ୱିକେଟ ହରାଇ ୯୪ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ଏଥିରେ ସ୍କୋର ରେ ସାହାଯ୍ୟ କରିଥିଲେ ନିର୍ମଳ ସାହୁ । ସେହିପରି ବ୍ରହ୍ମପୁର ପ୍ରେସ କ୍ଳବ୍ ସଭାପତି ଅଶୋକ ବ୍ରହ୍ମା, ଉପ ସଭାପତି ଅଭୟ ପାଢ଼ୀ, ସମ୍ପାଦକ ପ୍ରହଲ୍ଲାଦ ସାହୁ, ସହ ସମ୍ପାଦକ ଗୋପାଳ ରେଡ୍ଡୀ, କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡାଙ୍କ ସମେତ ସମସ୍ତ ସାମ୍ବାଦିକ ଉପସ୍ଥିତ ରହି ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।

LEAVE A REPLY

Please enter your comment!
Please enter your name here