ଷ୍ଟାର୍ଟଅପ୍ କରି ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଭିଯାନରେ ଯୋଡ଼ି ହେଲେ ମିନାକ୍ଷୀ ଦାଶ

0
6

ବ୍ରହ୍ମପୁର,୨୭/୧୦/୨୦୨୪:ଆଜିର ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି ମିନାକ୍ଷୀ ଦାଶ।ମିନାକ୍ଷୀ କମ୍ ବୟସରୁ ନିଜର ବୁଦ୍ଧି,ଦୃଢ ସଂକଳ୍ପ ବଳରେ ଏବଂ କଠିନ ପରିଶ୍ରମ ଦ୍ୱାରା ବ୍ରହ୍ମପୁର ଉପକଣ୍ଠରେ ଜଣେ ସୁନାମଧନ୍ୟ ଉଦ୍ୟୋଗୀ।ସ୍ୱାବଲମ୍ବୀ ହୋଇକି ମିନାକ୍ଷୀ ଆଜି ଓଡ଼ିଶାରେ ମଖାନା ର ଉପାଦେୟତା କୁ ପ୍ରତିପାଦନ କରିଛନ୍ତି ଏବଂ ଇଲାଟେ କୃନ୍ସେସ ନାମରେ ନିଜର ଶିଳ୍ପ ଅନୁଷ୍ଠାନ ଆରମ୍ଭ କରି ସ୍ୱାବଲମ୍ବି ହେବା ସହ ଲୋକଙ୍କୁ ମଧ୍ୟ ନିଯୁକ୍ତି ପ୍ରଦାନ କରିପାରିଛନ୍ତି। ଆଠୋଟି ସ୍ଵାଦର ମଖାନା ସହ ବିଭିନ୍ନ ସ୍ୱାଦର ରୋଷ୍ଟେଡ଼ କାଜୁ, ବାଦାମ, କିସମିଶ ଆଦି ଏବଂ ପଶ୍ଚିମ ଭାରତର ଅନ୍ୟ ସ୍ଵାଦିଷ୍ଟ ପୁଷ୍ଟିକର ସ୍ନାକ୍ସ ଯେପରି ଶକ୍କରପରା, ଭାକାରବଡି, ଗୋଲ କଚୋଡି ଆଦିକୁ ଲୋକମାନସକୁ ଆଣିଛନ୍ତି।ରବିବାର ଦିନ ବାଣିଜ୍ୟ, ପରିବହନ, ଶିଳ୍ପ ଏବଂ ଖଣିଜ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଙ୍କ କରକମଳରେ ଇଲେଟ କ୍ରୁଞ୍ଚେସ ର ଅଟୋମେଟିକ ମେସିନ ସବୁର ଉଦଘାଟନ ଗଂଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଖଜୁରିଆ ଗ୍ରାମରେ ଉଦଘାଟନ ହୋଇଛି।ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ନିର୍ମାଣରେ ଏପରି ପ୍ରୟାସକୁ ଦେଖି ଖୁସି ପ୍ରକାଶ କରିଥିଲେ ମନ୍ତ୍ରୀ ।ଏତଦ ସହ ଆହୁରି ଅଗ୍ରଗତି କରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆଗକୁ ବଢିବା ପାଇଂ ପ୍ରୋତ୍ସାହିତ କରି ତତସଂପର୍କିତ ଉପଦେଶ ମଧ୍ୟ  ପ୍ରଦାନ କରିଥିଲେ ମନ୍ତ୍ରୀ।ଏହି ଉଦଘାଟନୀ ରେ ମନ୍ତ୍ରୀ ଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଡି.ଆଇ.ସି ଇଡକୋ,ଫୁଲଟା ଗ୍ରାମ ପଞ୍ଚାୟତର ଗ୍ରାମବାସୀ ରଙ୍ଗେଇଲୁଣ୍ଡା ବ୍ଲକ୍ ର ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଜି.ଜଗନ୍ନାଥପୁର ଯାଇ କାଳୁଆ ଯାତ୍ରା ରେ ହେଉଥିବା ନାଟକ ଉଦଘାଟନ କରିଥିଲେ । ଏହି ଅବସରରେ ଲୋଚାପଡ଼ା ଗ୍ରାମର ଲକ୍ଷ୍ମଣ ରାଓ ଙ୍କ ବଡ଼ ଭାଇ ଙ୍କ ଏକଦସାହ କାର୍ଯ୍ୟ ରେ ଉପସ୍ଥିତ ଥିଲେ ଏବଂ କାଉଖତ ଗ୍ରାମର ଲକ୍ଷ୍ମୀ ପାତ୍ର ଙ୍କ ପିତା ଦେହାନ୍ତ ଖବର ଶୁଣି ଘରେ ପହଞ୍ଚି ଶୋକ ସନ୍ତତ୍ପ ପରିବାରକୁ ସମବେଦନା ଜଣାଇ ଥିଲେ।

LEAVE A REPLY

Please enter your comment!
Please enter your name here