ଭୁବନେଶ୍ୱର,୩୦/୧୦/୨୦୨୪:ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ଆଇନ ଆସିବ ।ଏନେଇ ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଆଇନ ପ୍ରଣୟନ ନେଇ ବିଚାର ବିମର୍ଶ ଚାଲିଛି ।ଏହା ସହ ଯାତ୍ରା ପାର୍ଟିର ମାଲିକଙ୍କ ସହ ମଧ୍ୟ ଏ ନେଇ ଆଲୋଚନା ହେବ । ଯାତ୍ରାରେ ଅଶ୍ଳୀଳ ନାଚ ରୋକିବା ପାଇଁ ଆଇନ ଆସିବ ବୋଲି ସେ କହିଛନ୍ତି ।ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ । ତେଣୁ ଯାତ୍ରା ମାଲିକ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି, ଯେମିତି ଯାତ୍ରାରେ ଅଶ୍ଳୀଳତା ରହିବ ନାହିଁ । ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି । ସେହିପରି ବାର ଡାନ୍ସ ବି ଓଡ଼ିଆ ସଂସ୍କୃତି ବିରୋଧୀ। ସେଥିପାଇଁ ନିୟମ ଆସିଛି । ବାର୍ ରେ କେବଳ ଅର୍କେଷ୍ଟ୍ରା ହେବ, ସଙ୍ଗୀତ ପରିବେଷଣ ହେବ ବୋଲି ମନ୍ତ୍ରୀ କହିଛନ୍ତି।ସୂଚନା ଅନୁସାରେ ବିଗତ କିଛି ଦିନ ହେବ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବଢ଼ିବାରେ ଲାଗିଥିଲା । ଯାହାକୁ ନେଇ ବହୁ ସମୟରେ ବାଦ ବିବାଦ ମଧ୍ୟ ହୋଇଥିଲା । କିନ୍ତୁ ଏହାପରେ ମଧ୍ୟ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ ହେଉନଥିଲା।