Home ବ୍ରହ୍ମପୁର ସ୍ପେଶାଳ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର ଆୟୋଜିତ

ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର ଆୟୋଜିତ

0
4

ପୋଲସରା , ୩୦/୧୦/୨୪ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ପକ୍ଷରୁ ଏକ ପାଠଚକ୍ର ଓ ନବାଗତ ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ କଲେଜ ପ୍ରିନ୍ସପାଲ ରବୀନ୍ଦ୍ର ନାଥ ପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିବା ବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଶ୍ରୀ ସନ୍ଥ ଗହିର ଗୁରୁ ବିଶ୍ୱବିଦ୍ୟାଳୟ, ଅମ୍ବିକାପୁର, ଛତିଶଗଡର ଜୈବପ୍ରଯୁକ୍ତିବିଦ୍ୟାର ସହକାରୀ ପ୍ରାଧ୍ୟାପିକା ଡ଼ଃ ଅମ୍ରିତା କୁମାରୀ ପଣ୍ଡା ଏବଂ ମୁଖ୍ୟ ସଂଯୋଜିକା ଭାବରେ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼ଃ ରୋଜିତା ମିଶ୍ର ଙ୍କ ସମେତ ଦର୍ଶନ ଶାସ୍ତ୍ର ବିଭାଗ ର ବିଭାଗୀୟ ମୁଖ୍ୟ ରୁଦ୍ର ପ୍ରସାଦ ଗୌଡ଼, ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ବିଭାଗୀୟ ମୁଖ୍ୟ ଡ଼ଃ ବିରଞ୍ଚି ନାରାୟଣ ରଥ, ସହ ସଂଯୋଜିକ ଭାବ ରେ ଉଦ୍ଭିଦ ବିଜ୍ଞାନ ବିଭାଗ ର ଅଧ୍ୟାପିକା ଟୋନିକା ଦଳେଇ, ଅଧ୍ୟାପକ ଦେବାଶିଷ ସ୍ୱାଇଁ, ଡେମୋନଷ୍ଟେଟର ସୁଜ୍ଞାନୀ ସାହୁ, ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ସ୍ୱାଭିମାନ ସାହୁ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ। ଏହାପରେ ପ୍ରିନ୍ସପାଲ ଶ୍ରୀ ପାଳଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଅତିଥିମାନେ ଏଭଳି ସେମିନାର କାର୍ଯ୍ୟକ୍ରମକୁ ନେଇ ପ୍ରଶଂସା କରିବା ସହ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ମୂଲ୍ୟବାନ ନିଜସ୍ୱ ସୁଚିନ୍ତିତ ମନ୍ତବ୍ୟ ଜରିଆରେ ଦିଗଦର୍ଶନ ଦେଇଥିଲେ।

ଏଥି ସହ ରିସୋର୍ସ ପର୍ସନ ଭାବରେ ଯୋଗ ଦେଇଥିବା ଶ୍ରୀମତି ଡ଼ଃ ଅମ୍ରିତା କୁମାରୀ ପଣ୍ଡା “ADVANCE APPLICATION OF BACTERIA MOLECULAR TAXONOMY ” ଶୀର୍ଷକ ଉପରେ ବିସ୍ତୃତ ଭାବରେ ଆଲୋଚନା ମାଧ୍ୟମରେ ବୁଝାଇବା ସହ ମହାବିଦ୍ୟାଳୟର ଓ ଛାତ୍ରଛାତ୍ରୀ ବୃନ୍ଦଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଏହି ଅବସରରେ ସ୍ନାତକୋତ୍ତର ଉଦ୍ଭିଦ ବିଜ୍ଞାନ ବିଭାଗ ପ୍ରଥମ ବର୍ଷ ନବାଗତ ଛାତ୍ରଛାତ୍ରୀଙ୍କୁ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ବୃନ୍ଦ ସ୍ୱାଗତ କରିବା ସହ ସେମାନଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିବା ସହ ଶିକ୍ଷା ଆହରଣକୁ ନେଇ ନିଜର ଅନୁଭୂତି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ବିଜ୍ଞାନଗାର ସହାୟକ ବିବେକାନନ୍ଦ ପଣ୍ଡା ଙ୍କ ସମେତ ବିଭାଗୀୟ ଦ୍ଵିତୀୟ ବର୍ଷ ଛାତ୍ରଛାତ୍ରୀ ବୃନ୍ଦ ସହଯୋଗ କରିଥିଲେ। ଶେଷରେ ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!