Home ବ୍ରହ୍ମପୁର ସ୍ପେଶାଳ ଦୀପାବଳିରେ ବିଜେପିର ସମର୍ପିତ କାର୍ଯ୍ୟକର୍ତ୍ତାଙ୍କ ସଂକଳ୍ପ।ଗୋପାଳପୁର କୁ ରାଜ୍ୟର ସଦସ୍ୟତା ଓ ବିକାଶରେ ରଖିବେ ସର୍ବଗ୍ରେ

ଦୀପାବଳିରେ ବିଜେପିର ସମର୍ପିତ କାର୍ଯ୍ୟକର୍ତ୍ତାଙ୍କ ସଂକଳ୍ପ।ଗୋପାଳପୁର କୁ ରାଜ୍ୟର ସଦସ୍ୟତା ଓ ବିକାଶରେ ରଖିବେ ସର୍ବଗ୍ରେ

0
3

ବ୍ରହ୍ମପୁର,୦୧/୧୧/୨୦୨୪:ରାଜ୍ୟର ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଭାରତୀୟ ଜନତା ପାର୍ଟି ର ସକ୍ରିୟ ସଦସ୍ୟତା ଠାରୁ ଆରମ୍ଭ କରି ଦଳର ପ୍ରାଥମିକ ସଦସ୍ୟତା ସଂଗ୍ରହର ଲକ୍ଷ୍ୟ ସମସ୍ତେ ପୂରଣ କଲେ ଏହା ରାଜ୍ୟର ସଦସ୍ୟତା କ୍ଷେତ୍ରରେ ରଖିବେ ସର୍ବଗ୍ରେ। ସଦସ୍ୟତା ଅଭିଯାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ମନ୍ତ୍ରୀ।ଆଲୋକର ପର୍ବ  ଦୀପାବଳିରେ ବିଜେପିର ସମର୍ପିତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମସ୍ତେ ଏଭଳି ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ ସ୍ଥାନୀୟ ବିଦାୟକ ତଥା ରାଜ୍ୟ ସଡକ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଆଲୋକର ପର୍ବ ଦୀପାବଳି ପାଳନ ଅବସରରେ ଦଳର ବରିଷ୍ଠ ଏବଂ ସମସ୍ତ ଶହ ଶହ  କାର୍ଯ୍ୟକର୍ତ୍ତାଙ୍କ ଗହଣରେ ସ୍ଥାନୀୟ ଗୋଳନ୍ଥରା ସ୍ଥିତ ଇଶାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦୀପାବଳୀ ପର୍ବକୁ ନେଇ ଦଳୀୟ ସଙ୍ଗଠନ ବୃଦ୍ଧି କରିବା ପାଇଁ ଆହ୍ୱାନ କରାଯାଇଥିଲା  । ସଦସ୍ୟତା ଅଭିଯାନ ପର୍ବ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ କିପରି ଗୋପାଳପୁର ନିର୍ବାଚନମଣ୍ଡଳୀ  ସଦସ୍ୟତା ସଂଗ୍ରହ ଠାରୁ ଓ ବିକାଶ କାର୍ଯ୍ୟ କରିବେ ତାହାକୁ ନେଇ ଆଲୋଚନା କରାଯାଇଥିଲା । ଦୀପାବଳୀକୁ ନିଆରା ଢ଼ଙ୍ଗରେ ପାରମ୍ପରିକ ରୀତିନୀତି କୁ ଆପଣାଇ ଦୀପାବଳୀ ପାଳିଥିଲେ ମନ୍ତ୍ରୀ । ବାଣ ଫୁଟାଇବା ସହ ମିଠା ଖୁଆଇ ନୂତନ ବସ୍ତ୍ର ବଣ୍ଟନ କରି ସେମାନଙ୍କ ସୁଖ ଦୁଃଖକୁ ସାଥିରେ ନେବା ସହିତ ଦଳର ଉଉୟ ମହିଳା/ ପୁରୁଷ  କାର୍ଯ୍ୟକର୍ତ୍ତା ମାନଙ୍କ ନୂତନ ବସ୍ତ୍ର ବଣ୍ଟନ କରି କାର୍ଯ୍ୟକର୍ତ୍ତା ଓ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ମଙ୍ଗଳ କାମନା କରିଥିଲେ।
ଏପରିକି ପବିତ୍ର ଦୀପାବଳୀ ଅବସରରେ ବିଜେପି ସମର୍ପିତ କାର୍ଯ୍ୟକର୍ତ୍ତା ତରଫରୁ  ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟିର ବିଚାରଧାରାକୁ ନେଇ ଦୀର୍ଘ ଦିନ ଧରି ସମୟ, ତ୍ୟାଗ,ସମର୍ପଣ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି, “ସେବା ହିଁ ସଂଗଠନ କୁ ମୂଳମନ୍ତ୍ର କରି ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ନିରନ୍ତର କାର୍ଯ୍ୟ କରିଚାଲିଛନ୍ତି । ସବକା ସାଥ, ସବକା ବିକାଶ, ସବକା ପ୍ରୟାସକୁ ମୂଳମନ୍ତ୍ର କରି ରାଷ୍ଟ୍ରହିତ କାର୍ଯ୍ୟରେ ବିଜେପି ନିଜ କାର୍ଯ୍ୟଧାରାକୁ ଜାରି ରଖିଛି । ବର୍ତ୍ତମାନ ଓଡ଼ିଶାରେ ବିକଳ୍ପ ସରକାର ଗଢିବା ପାଇଁ ଏବଂ ସୁଶାସନ ଦେବା ପାଇଁ ଓଡିଶାବାସୀ ଅନେକ ଆଶା ଓ ଆକାଂକ୍ଷା ସହିତ ବିଜେପି ଉପରେ ଆସ୍ଥାପ୍ରକଟ କରିଛନ୍ତି । ଏଥିପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ । ଗରିବ ଶ୍ରେଣୀ ଲୋକଙ୍କ ଜୀବନମାନରେ ଉନ୍ନତି ଆଣିବା ପାଇଁ ବିଜେପି ସଂକଳ୍ପବଦ୍ଧ । ଏହି କାର୍ଯ୍ୟକ୍ରମରେ ଆଶା କରୁଛୁ ଆପଣ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆମ ସହ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ଆମର ସଚେତନତା ବାର୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ୱାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ପୂର୍ବତନ ବିଜେପି ସଭାପତି କାହ୍ନୁ ଚରଣ ପତି, ଗୋପାଳପୁର ପ୍ରଭାରୀ ପୀତବାସ ପଣ୍ଡା, ଚିନ୍ମୟ ମହାରାଜ, ରାଜେଶ ସାହୁ, ଗୌରୀ ସାମନ୍ତରା, ସରୋଜ ସାବତ, ଗଙ୍ଗା ଶତପଥି, ବନ ସେଠୀ, ଶିବ ଶଙ୍କର ନାୟକ, ପ୍ରତ୍ୟେକ ମଣ୍ଡଳର ସଭାପତି, ନିର୍ବାଚନ ମଣ୍ଡଳୀର ୪୫ ଶକ୍ତିକେନ୍ଦ୍ର ର ପ୍ରମୁଖ ସହ ଶତାଧିକ ମହିଳା ପୁରୁଷ ବିଜେପି କର୍ମୀ ଉପସ୍ଥିତ ଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!