ପୋଲସରା ୨/୧୧/୨୪ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ଖଣ୍ଡ ଦୁର୍ନୀତି ନିବାରଣ ବିଭାଗ ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମରେ ପୋଲସରା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ୠଷି ମାଝୀ ଅଧ୍ୟକ୍ଷାତା କରିଥିଲେ। “ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି ” ବିଷୟରେ ଏହି ସଚେତନତା କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ଦୁର୍ନୀତି ହଟେଇ ଦେଶପ୍ରତି ନିଷ୍ଠା ରଖି କାର୍ଯ୍ୟ କଲେ ଦେଶର ପ୍ରଗତି ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଡିଏସପି ବୈଦେଇ କୁମାରୀ ବେହେରା, ଇନ୍ସପେକ୍ଟର ନିରଞ୍ଜନ ରାଉତ, ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଚନ୍ଦ୍ର ଜାନୀ, ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବନାଞ୍ଚଳ ଅଧିକାରୀ ଅନିଲ କୁମାର ପଣ୍ଡା ଙ୍କ ସମେତ ଏନଏସି ର ପ୍ରଦୀପ୍ତ କୁମାର ସାହୁ, ଅନିତା ଅଂଶୁମାଳି ସାହୁ, ଭଗବାନ ପ୍ରଧାନ, ସ୍ମୁତି ରଞ୍ଜନ ଷଡଙ୍ଗୀ, କାଉନସିଲର ବୃନ୍ଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ।