ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ ମହକ “ – ୨୦୨୪ ଅନୁଷ୍ଠିତ

0
25

ଛତ୍ରପୁର,୦୨/୧୧/୨୦୨୪: ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଗଞ୍ଜାମ ଦ୍ବାରା ଶନିବାର ଦିନ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ ମହକ “ – ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ମୁଖ୍ଯ ଅତିଥି ଭାବେ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ ।
ବାଲ୍ମୀକେଶ୍ବର ଅନାଥାଶ୍ରମ ଧରାକୋଟର ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ପ୍ରରମ୍ଭିକ ଭାଷଣରେ କହିଥିଲେଯେ, ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ମହକର ମୂଳ ଲକ୍ଷ୍ୟ । ପ୍ରତିଯୋଗାତାରେ ଭାଗ ନେଇଥିବା ଶିଶୁ ମାନେ ଯେପରି ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ରା୍ୟ ସ୍ତରରେ ଭାଗ ନେଇ ସୁନାମ ଅର୍ଜନ କରିପାରିବେ ସେଥି ନିମନ୍ତେ ସେମାନଙକୁ ଉତ୍ସାହିତ କରିଥିଲେ . । ଅତିରିକ୍ତ ଜିଲ୍ଲା କଲ୍ୟାଣ ଅଧିକାରୀ ଦେବ ରଞ୍ଜନ ଦାଶ ଶିଶୁ ମାନଙ୍କୁ ମିଳୁଥିବା ପ୍ଲାଟଫର୍ମରେ ଅଂଶ ଗ୍ରହଣ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗାତିରେ ନିଜ ପ୍ରତିଭାର ବିକାଶ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଅତିରିତତ ଜିଲ୍ଲାପାଳ ଡ ପୃଷ୍ଟି ତାଙ୍କ ବକ୍ତବ୍ୟରେ ଆଜିର ଶିଶୁ କାଲିର ଭବିଷ୍ୟତ, ଏଣୁ ସମସ୍ତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ଥିବା ପ୍ରତିଭାର ବିକାଶ କରିବା ପାଇଁ ସମସ୍ତଙ୍କୁ ପ୍ରବର୍ତ୍ତାଇ ଥିଲେ । ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ ମହକ “ – ୨୦୨୪ ପାଳନ ଅବସରରେ ଶିଶୁ ମାନଙ୍କ ପ୍ରତିଭାର ବିକାଶ ପାଇଁ ଜିଲ୍ଲାର ଅନାଥାଶ୍ରମର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ବକ୍ତୃତା, କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ସମସ୍ତ ଅନାଥାଶ୍ରମର ଛାତ୍ରଛାତ୍ରୀ ମାନେ ଶିଶୁ ସୁରକ୍ଷା ୟୁନିଟ୍ ର ଶରତ ଚନ୍ଦ୍ର ମହାରଣା, ସୁଶାନ୍ତ କୁମାର ସାହୁ, ସୁଦାମ ପାଣିଗ୍ରାହୀ, ଶିବ ପ୍ରସାଦରଥ, କାମେଶ୍ବର ପରିଡା, ସନ୍ତୋଷ ମଣ୍ଡଳ, ଭବାନୀ ଶଙ୍କର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମାର୍କଣ୍ଡ ମିଶ୍ର ଓ ପ୍ରଶାନ୍ତ କୁମାର ସ୍ବାଇଁ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ ବର୍ଷାରାଣୀ ଜେନା ଉଦଯାପନୀ ଉତ୍ସବରେ ଯୋଗ ଦେଇ ଶିଶୁ ମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here