ପୋଲସରା ୦୪/୧୧/୨୪ ପୋଲସରା ଅଞ୍ଚଳର ଐତିହାସିକ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ବିକାଶ ଓ ପୂର୍ବ ପରମ୍ପରା ସଂସ୍କୃତିକୁ ସ୍ମରଣୀୟ କରିବାକୁ ଯାଇ ପ୍ରସିଦ୍ଧ ମାରଦା ମହୋତ୍ସବ ମାରଦା ମନ୍ଦିର ପରିସରରେ ଅନୁଷ୍ଠିତ କରାଯିବ। ନଭେମ୍ବର ୩ ତାରିଖ, ରବିବାର ଦିନ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହରେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଓ ମାନ୍ୟବର ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଏବଂ ସମସ୍ତ ବିଭାଗୀୟ ଅଧିକାରୀ , ସ୍ଥାନୀୟ ବୁଦ୍ଧିଜୀବୀ ଓ ସମସ୍ତ ନିର୍ବାଚିତ ଜନପ୍ରତିନିଧି ବୃନ୍ଦଙ୍କୁ ନେଇ ମାରଦା ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ମହୋତ୍ସବ କମିଟିର ସଭାପତି ଭାବେ ମନୋନୀତ କରାଗଲା। ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ, ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ, ଥାନା ଅଧିକାରୀ କୌଶିକ୍ ମାଝୀ , ତହସିଲଦାର ଦିପ୍ତିମୟୀ ପାତ୍ର , ପୋଲିସ ଥାନା ଅଧିକାରୀ କୌଶିକ ମାଝୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରୁଷି ମାଝି, ମହନ୍ତ ସୁନ୍ଦର ରାମ ଦାସ, କାମ୍ପ ବାଢ଼େଇ, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ପବିତ୍ର କୁମାର ନାୟକ, ମଙ୍ଗଳୁ ସାହୁ, ଶ୍ୟାମ ସୁନ୍ଦର ସାହୁ, ନୀଳ ମାଧବ ସାହୁ, ପ୍ରସନ୍ନ କୁମାର ଡାକୁଆ , ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଉମାକାନ୍ତ ପୃଷ୍ଟି, ରାଧାଶ୍ୟାମ ପଣ୍ଡା, ପୀତବାସ ପ୍ରଧାନ, ଆଶୋକ କୁମାର ବିଷୋୟୀ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ଏନ ଏ ସି ଉପାଧକ୍ଷ ସନ୍ତୋଷ କୁମାର ବେହେରା, ଘୁମୁସର ଜିଲ୍ଲା ଭାରତୀୟ ଜନତା ପାର୍ଟି ଉପସଭାପତି ପ୍ରଭାକର ପଣ୍ଡା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ, ମାନଷ ରଞ୍ଜନ ତ୍ରିପାଠୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଉଭୟ ପୋଲସରା ଏନ୍.ଏ.ସି ଓ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଜନପ୍ରତିନିଧିମାନେ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ପୂର୍ବ ଇତିହାସକୁ ସ୍ମରଣ ପକାଇ ଏହାର ଗୌରବ ଉପରେ ଆଲୋକପାତ କରିଥିଲେ। ଦୁଇ ବର୍ଷ ଧରି ପୋଲସରା ଲୁଣି ଘାଟି ପଡ଼ିଆରେ ମାରଦା ମହୋତ୍ସବ ହେଉଥିବା ବେଳେ ତୃତୀୟ ବର୍ଷ ମାରଦା ମହୋତ୍ସବ ମାରଦା ମନ୍ଦିର ପରିସରରେ ତିନି ଦିନ ପାଇଁ ଆସନ୍ତା ୨୦୨୫ ମସିହା ଜାନୁୟାରୀ ମାସରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା। ଆସନ୍ତା ବୈଠକରେ ତାରିଖ ଘୋଷଣା ଓ ନୂତନ କମିଟି ଗଠନ କରାଯିବାକୁ ସ୍ଥିର କରାଗଲା।