Home ବ୍ରହ୍ମପୁର ସ୍ପେଶାଳ ବ୍ରହ୍ମପୁର ପୋଲିସ ପକ୍ଷରୁ ବଡି କ୍ୟାମେରା ପ୍ରଚଳନ

ବ୍ରହ୍ମପୁର ପୋଲିସ ପକ୍ଷରୁ ବଡି କ୍ୟାମେରା ପ୍ରଚଳନ

0
8

ବ୍ରହ୍ମପୁର,୦୪/୧୧/୨୦୨୪:ବ୍ରହ୍ମପୁର ପୋଲିସ ପକ୍ଷରୁ ବଡି କ୍ୟାମେରା ର ବ୍ୟବହାର ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।ଗାଡି ମୋଟର ଯାଞ୍ଚ ସମୟରେ ପୋଲିସ କର୍ମଚାରୀମାନେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଅଟକାଇବା ବେଳେ ଅଭାବନୀୟ ଘଟଣା ଘଟିଥାଏ।ଏପରିକି ଗାଡି ଯାଞ୍ଚ ବେଳେ ପୋଲିସ ବିରୋଧରେ ବେଳେ ବେଳେ ଅସଦାଚରଣ ଅଭିଯୋଗ ହେଉଥିବା ବେଳେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରୁଥିବା ଅଭିଯୋଗ ମଧ୍ୟ ରହିଛି ।ଏଥିରେ ସ୍ୱଚ୍ଛତା ଆଣିବା ଏବଂ ସାଧାରଣ ଜନତାଙ୍କ ପ୍ରତି ପୋଲିସର ଭଲ ଆଚରଣ ସୁନିଶ୍ଚିତ କରିବା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ବଡି କ୍ୟାମେରା ପ୍ରଚଳନ କରାଯାଇଛି।ଆଜି ବ୍ରହ୍ମପୁର ପୋଲିସ ଜିଲ୍ଲା ମୁଖ୍ୟାଳୟ ରେ ଏସପି ଡା ଶ୍ରବଣ ବିବେକ ଏମ ଏହି ବଡି କ୍ୟାମେରା ର ପ୍ରଚଳନ କରିଛନ୍ତି।ଏହି ବଡି କ୍ୟାମେରା ପୋଲିସ କର୍ମଚାରୀ ଙ୍କ ୟୁନିଫର୍ମରେ ପିନ୍ଧାଯିବ ଏବଂ ପୋଲିସ କର୍ମଚାରୀଙ୍କ ଭଲ ଆଚରଣ କୁ ନିଶ୍ଚିତ କରିବ |ସମ୍ପ୍ରତି ବ୍ରହ୍ମପୁର ପୋଲିସ ପକ୍ଷରୁ ୫ ଟି ବଡି କ୍ୟାମେରା ପୋଲିସ କର୍ମଚାରୀ ଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏହାକୁ ଖୁବ ଶୀଘ୍ର ବୃଦ୍ଧି କରିବ |ଏହି କ୍ୟାମେରାଗୁଡ଼ିକରେ ଉଭୟ ଭିଡିଓ ଏବଂ ଅଡିଓ ରେକର୍ଡିଂ ସହିତ ୧୨୦ ° କଭରେଜ୍ କରିବାର ସକ୍ଷମ ରହିଛି। ଏହି କ୍ୟାମେରାଗୁଡ଼ିକ ପ୍ରଥମେ ଗୋପାଳପୁର ଥାନା ଅଧୀନରେ ଥିବା ଷଣ୍ଢ ଛକ ସମେତ ବ୍ରହ୍ମପୁର ସହରର ଗୁରୁତ୍ୱପୂର୍ଣ୍ଣ ଏବଂ ବ୍ୟସ୍ତବହୁଳ ସ୍ଥାନରେ ବ୍ୟବହୃତ ହେବ ।ଉଲ୍ଲେଖଯୋଗ୍ୟ ଯେ,ଗତକାଲି ଗୋପାଳପୁର ଥାନା ପୋଲିସ ଦ୍ୱାରା ଗାଡି ମୋଟର ଯାଞ୍ଚ ସମୟରେ ଜଣେ ଦିବ୍ୟାଙ୍ଗ ଯୁବକକୁ ପୋଲିସ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ ସମୟରେ ଗୋପାଳପୁର ଥାନା ପୋଲିସ ପକ୍ଷରୁ ର ଏକ ପୋଲିସ୍ ଟିମ୍ ଷଣ୍ଢ ଛକରେ ଗାଡି ଯାଞ୍ଚ କରୁଥିବା ବେଳେ ଦୁଇ ଆରୋହୀଙ୍କ ସହ ଗୋଟିଏ ସ୍କୁଟି ଯାଞ୍ଚ କରିବା ସମୟରେ ଗାଡି ଅଟକାଇ ଥିଲେ,କିନ୍ତୁ ପୋଲିସ ଯାଞ୍ଚରୁ ଖସି ଯିବାକୁ ଉଦ୍ୟମ କରିବା ବେଳେ ଡ୍ୟୁଟି ରେ ଥିବା ଜଣେ କନେଷ୍ଟବଳ ଧରିଥିବା ଲାଠି ରେ ତାଙ୍କୁ ବାଡେଇଥିବା ନେଇ ପୋଲିସ ବିରୋଧରେ ଅଭିଯୋଗ ହୋଇଥିଲା। ତେବେ ସେ ବ୍ୟକ୍ତି ଜଣକ ସେଠାରେ ଚେତାଶୂନ୍ୟ ହୋଇଯାଇଥିଲେ। ଚେତାଶୂନ୍ୟ ହୋଇପଡିଥିବା ବ୍ୟକ୍ତି ଜଣକ ସିକ୍କିମ ରାଜ୍ୟର ୩୪ ବର୍ଷିୟ ଶ୍ରୀ ଯୋଗେଶ ଶେର୍ପା ଏବଂ ସେ ବାଲୁଗାଁ ରେ ଏକ ମୋମୋ ଦୋକାନରେ କାମ କରୁଥିବା ନେଇ ପୋଲିସ ସୁଚନା ଦେଇଛନ୍ତି | ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ ମେଡିକାଲ ରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସପିଟାଲ କୁ ରେଫର୍ କରାଯାଇଥିଲା। ଆଜି ଶ୍ରୀ ଯୋଗେଶ ଶେରପା ବିପଦ ମୁକ୍ତ ଥିବା ଏବଂ ସେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ଚେତାଶୂନ୍ୟ ହୋଇପଡିଥିବା ନେଇ ଚିକିତ୍ସା କରୁଥିବା ବରିଷ୍ଠ ଡାକ୍ତରଙ୍କ ବିବୃତି ଦେଇଛନ୍ତି ବୋଲି ବ୍ରହ୍ମପୁର ଏସପି ପ୍ରେସ ବିଜ୍ଞପ୍ତି ଜରିଆରେ ସୁଚନା ଦେଇଛନ୍ତି । ଚିକିତ୍ସା ପରେ ବର୍ତ୍ତମାନ ତାଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ଏବଂ ସେ ଭଲଭାବେ କହିବା ସହ ସାଧାରଣ ଖାଦ୍ୟ ଖାଇବାରେ ସକ୍ଷମ ଥିବା କୁହାଯାଇଛି।ଗତକାଲି ର ଘଟଣା ପରେ ଏକ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ। ବ୍ରହ୍ମପୁର ଏସପି ଙ୍କ ସମେତ ଅତିରିକ୍ତ ଏସପି ଏବଂ ଏସଡିପିଓ ସଦର ସେଠାରେ ପହଞ୍ଚି ପୋଲିସ ଟିମ୍ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ କରିଥିଲେ।ଅତିରିକ୍ତ ଏସପି ଙ୍କ ଦ୍ଵାରା ଘଟଣା ର ତଦନ୍ତ କରାଯାଉଛି ଏବଂ ସମସ୍ତ ଅଭିଯୋଗର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ। ଯଦି କୌଣସି ଅସଦାଚରଣ ଦେଖିବାକୁ ମିଳେ ତେବେ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସପି ସୁଚନା ଦେଇଛନ୍ତି।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!