Home ବ୍ରହ୍ମପୁର ସ୍ପେଶାଳ ଗଞ୍ଜାମ ଜିଲ୍ଲା ସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ

0
3

ବ୍ରହ୍ମପୁର, ୦୫/୧୧/୨୦୨୪:ସ୍ଥାନୀୟ ମେଡିକାଲ୍ କ୍ୟାମ୍ପସ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସମଗ୍ର ଶିକ୍ଷା ଗଞ୍ଜାମ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ଅମିତା ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଏସ.ଟି, ଏସ.ସି ଶିକ୍ଷା ସଂଯୋଜକ ଡ ସରୋଜ ମୋହନ ପାଳ ଓ ଜିଲ୍ଲା ମିଲ୍ଲେଟ୍ ମିଶନ୍ ର ଡିପିସି ଶ୍ରୀ ଅଭିମନ୍ୟୁ ମହାରଣା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଡ ପ୍ରଭାତୀ କୁମାରୀ ମହାପାତ୍ର ମଞ୍ଚରେ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଜିଲ୍ଲାର ୨୨ ଟି ବ୍ଲକର ନବମ ରୁ ଦ୍ଵାଦଶ ଶ୍ରେଣୀ ବର୍ଗରେ ୧୨୦ ଜଣ ପ୍ରତିଯୋଗୀ ନୃତ୍ୟ , ସଙ୍ଗୀତ, ନାଟକ , ଚିତ୍ରକଳା, ବାଦ୍ୟଯନ୍ତ୍ର ବାଦକ ଓ ପାରମ୍ପରିକ ଗପ କହିବା ଇତ୍ୟାଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ସମେତ ସମ୍ମାନିତ ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ପାଣ୍ଡେ ଓ ଶ୍ରୀ ରାଜେଶ କୁମାର ପ୍ରଧାନ , ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶାନ୍ତିଲତା ମୁନି, ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚାନ୍ଦିନୀ ପଣ୍ଡା ଉପସ୍ଥିତ ଥିଲେ l ଅଂଶଗ୍ରହଣକାରୀ ଛାତ୍ର ଛାତ୍ରୀଙ୍କ କଳାତ୍ମକ ପ୍ରଦର୍ଶନ ଅତିଥି ମାନଙ୍କ ଉଚ୍ଚ ପ୍ରଶଂସିତ ହୋଇଥିଲା l ସମସ୍ତ କୃତି ଛାତ୍ର ଛାତ୍ରୀ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ l ସଙ୍ଗୀତରେ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ରମ୍ଭାର ରଞ୍ଜନ କୁମାର ପ୍ରଧାନ, ବାଦ୍ୟଯନ୍ତ୍ର ବାଦକରେ ଭୂତ ସରସିଂ ଉଚ୍ଚ ବିଦ୍ୟାଳୟର ଜି. ପପ୍ପୁ ରେଡ୍ଡୀ, ନୃତ୍ୟରେ ଆଦର୍ଶ ବିଦ୍ୟାଳୟ ଚମାଖଣ୍ଡିର ବିଭୁଦତ୍ତ ସାହୁ ଓ ପ୍ରିତମ ସାହୁ , ନାଟକରେ କଞ୍ଚୁରୁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଗଣ, ଚିତ୍ର କଳା ରେ ଆସ୍କା ଏନ ଏ ସି ନୋଡାଲ ଉଚ୍ଚ ବିଦ୍ୟାଳୟ ର ଜିଗ୍ନେଶ ସ୍ୱାଇଁ, ପାରମ୍ପରିକ ଗପ କହିବାରେ ଭିଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟର ଦୁହିତା ମୁଦୁଲି ପ୍ରଥମ ସ୍ଥାନ ହାସଲ କରିବା ସହ ଆଗାମୀ ନଭେମ୍ବର 8 ତାରିଖରେ ବିଜେବି ଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧାରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ ସ୍ତରୀୟ କଳା ଉତ୍ସବକୁ ମନୋନୀତ ହୋଇଛନ୍ତି l ପରିଶେଷରେ ଶିକ୍ଷକ ଶ୍ରୀ ନିତ୍ୟାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଶ୍ରୀ ବିନ୍ଦୁଲାଲ ପାତ୍ର, ବିଜୟ କୁମାର ପାଢ଼ୀ, ଅରୁଣ କୁମାର ପ୍ରଧାନ, କମଳ କୁମାରୀ ପଟ୍ଟନାୟକ, ଟି. ଲଡୁ କିଶୋର ପାତ୍ର, ସୁଜ୍ଞାନୀ ସ୍ୱାଇଁ , ବିପିନ ବିହାରୀ ପାଠୀ ଏହି ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତା ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ lଏହି ଅବସରରେ ଶ୍ରୀ ଅନ୍ନ ଅଭିଯାନ ତରଫରୁ ଏକ କୁଇଜ୍ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା l ଛାତ୍ର ଛାତ୍ରୀଙ୍କ ମନରେ ମାଣ୍ଡିଆ ପ୍ରତି ସଚେତନତା ସୃଷ୍ଟି କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା l

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!