Home ବ୍ରହ୍ମପୁର ସ୍ପେଶାଳ ବାଲିପଦରରେ ଏକବିଂଶ ତମ ଧର୍ମ ଜାଗରଣ ସମ୍ମିଳନୀ

ବାଲିପଦରରେ ଏକବିଂଶ ତମ ଧର୍ମ ଜାଗରଣ ସମ୍ମିଳନୀ

0
3

ବୁଗୁଡା , ୦୫/୧୧/୨୪ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ବାଲିପଦର ମକର ପଡିଆରେ ୨୧ତମ ଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇ, ଆଧ୍ୟାତ୍ମିକ ତତ୍ତ୍ୱରେ ଆଧୁନିକ ଯୁବ ସମାଜ ସଂଯୋଗ ହେଲେ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ବିଭିନ୍ନ ଧର୍ମ ସଂଗଠନ ପକ୍ଷରୁ ଏଗାର ଜଣ ପ୍ରବଚନ ପ୍ରଦାନକାରୀ ସମ୍ମିଳନୀରେ ଯୋଗଦେଇ ନିଜନିଜ ସଂସ୍ଥାର ନିତୀ, ଆଦର୍ଶ ଓ ଦର୍ଶନ ତତ୍ତ୍ବର ବାଖ୍ୟା କରିଥିଲେ। ବିଭିନ୍ନ ଧର୍ମ ସଙ୍ଗଠନର ନେତୃ ମଣ୍ଡଳୀ ହେଲେ, ସର୍ଦ୍ଦାର ଲିଙ୍ଗରାଜ ଦାଶ (ଗହଣ ଦଳ), ଗୋବିନ୍ଦ ନାହାକ (ସନାତନ ଧର୍ମ), ରବୀନ୍ଦ୍ର ବେହରା (ଠାକୁର ଅନୁକୂଳ ଚନ୍ଦ୍ର), ବ୍ରହ୍ମା କୁମାରୀ ଶିବ କନ୍ଯା (ଓଁ ଶାନ୍ତି), ଆଚାର୍ଯ୍ୟ ଶୃତିପ୍ରିୟ (ଆର୍ଯ୍ୟ ସମାଜ), ସାଧୁ ପୂର୍ଣ୍ଣାନନ୍ଦ (ଅଲେଖ ମହିମା), ଆର.ଦୀନବନ୍ଧୁ (ସନ୍ଥ ନିରଙ୍କରୀ), ଗୌରୀପତି ଦାଶ (ସତ୍ୟସାଇ), ସିମାଞ୍ଚଳ ପାତ୍ର (ଗାୟତ୍ରୀ ପରିବାର), ଭାଗିରଥି ମହାପାତ୍ର (ଶ୍ରୀ ମା ଅରବିନ୍ଦ), ରାଜେନ୍ଦ୍ର କୁମାର ମହାରାଜ (ବୈଷ୍ଣବ ଧର୍ମ) ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଳୁ ମାନଙ୍କୁ ବକ୍ତବ୍ଯ ପ୍ରଦାନ କରିଥିଲେ। ପ୍ରକାଶ ଚନ୍ଦ୍ର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ସଂଯୋଜନା କରିଥିବା ବେଳେ ଡକ୍ଟର ବିଜୟ ଚନ୍ଦ୍ର ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ବିଶ୍ବନାଥ ରଣା, ପ୍ରସନ୍ନ କୁମାର ବିଷୋୟୀ, ମଙ୍ଗୁଳୀ ପାତ୍ର, ନରସିଂହ ପାତ୍ର, ରାଜେନ୍ଦ୍ର ରାଉତ, ଇଂ.ବିପ୍ର ଚରଣ ପାତ୍ର, ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ, ମାଧବ ଚନ୍ଦ୍ର ଭୋଳ, ଏ.ଧର୍ମରାଜ ପାତ୍ର, ଜି.ରାଜେଶ୍ବର ପାତ୍ର, ଲକ୍ଷ୍ମଣ ଜେନା, ପି.କ୍ରୀଷ୍ଣା ରାଓ ଦୋରା, ରାଜେନ୍ଦ୍ର ମହାରଣା, ପୁର୍ଣ୍ଣ ଚନ୍ଦ୍ର ଜେନା, ଖଲି ପାତ୍ର, ହରିହର ବିଷୋୟୀ, ରାଜଗୋପାଳ ନାୟକ, ଜି.ଭେଙ୍କେଟରତ୍ନ ପାତ୍ର, ପ୍ରମୋଦ ପାଢ଼ୀ, ସୁବାସ ଚନ୍ଦ୍ର ଗୌଡ, କାର୍ତ୍ତିକେଶ୍ବର ବିଷୋୟୀ, କିଶୋର ଚନ୍ଦ୍ର ପାତ୍ର, ଇ. ନିଳାଚଳପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ବଂଶୀଧର ବିଷୋୟୀ ଧନ୍ଯବାଦ ଅର୍ପଣ କରିଥିଲେ।

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!